ଷ୍ଟାଡ଼ିୟମରେ ଛିଡ଼ା ହୋଇ ଦର୍ଶକ ଦେଖିବେ ଭାରତ-ପାକିସ୍ତାନ ମ୍ୟାଚ

ଅକ୍ଟୋବର ୨୩ରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ବିଶ୍ବକପ ଟ୍ବେଣ୍ଟି୨୦ ଭାରତ-ପାକିସ୍ତାନ ହାଇପ୍ରୋଫାଇଲ ମ୍ୟାଚ। ତେବେ ଏହି ମ୍ୟାଚ ଲାଗି ସାଧାରଣ ଦର୍ଶକଙ୍କ ପାଇଁ ଉପଲବ୍ଧ ହୋଇଥିବା ଟିକେଟ ମାତ୍ର ୫ ମିନିଟ୍ରେ ଶେଷ ହୋଇଯାଇଥିଲା। ଏଥିପାଇଁ ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ଏତେ ଉତ୍ସାହ ପରେ ଆଇସିସି ନୂଆ ପଦକ୍ଷେପ ନେଇଛି। ଆଇସିସି ପକ୍ଷରୁ ଷ୍ଟାଡ଼ିୟମରେ ଦର୍ଶକ ଛିଡ଼ା ହୋଇ ମ୍ୟାଚ ଦେଖିବାର ସୁଯୋଗ ଉପଲବ୍ଧ ହୋଇଛି। ଏଥିପାଇଁ ଆଇସିସି ପକ୍ଷରୁ ଷ୍ଟାଣ୍ଡିଂ ରୁମ୍ ଟିକଟ ଶୁଭାରମ୍ଭ କରିଛି। ଆଇସିସି ପକ୍ଷରୁ ୪୦୦୦ ଷ୍ଟାଣ୍ଡିଂ ରୁମ୍ ଟିକଟ ବିକ୍ରି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଉକ୍ତ ଟିକଟ ୩୦ ଅଷ୍ଟ୍ରେଲୀୟ ଡଲାରରେ ବିକ୍ରି କରାଯିବାର ଲକ୍ଷ୍ୟ ରଖାଯାଇଛିି ।
ଅନ୍ୟପକ୍ଷରେ ଅନଲାଇନରେ ଟିକଟ ବୁକିଂ କରିଥିବା କ୍ରିକେଟ ପ୍ରେମୀମାନଙ୍କ ଲାଗି ଅକ୍ଟୋବର ୧୬ରୁ ରି-ଟିକଟ ଯୋଗାଇ ଦିଆଯିବ। ଟୁର୍ଣ୍ଣାମେଣ୍ଟ ଶେଷ ହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ରହିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି।