ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇ ସିରିଜ ହାତେଇଲା ଭାରତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ଼ନୀରେ ରବିବାର ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି ଭାରତ। ଫଳରେ ୩ଟି ସିରିଜରୁ ୨ଟି ଜିତି ଟିମ୍ ଇଣ୍ଡିଆ ସିରିଜ ହାତେଇ ନେଇଛି। ହାର୍ଦ୍ଦିକ ପାଣ୍ଡିଆ ଶେଷ ବଲରେ ଛକା ମାରି ଭାରତକୁ ବିଜୟୀ କରାଇଛନ୍ତି। ପାଣ୍ଡିଆଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ୨ଟି ବଲ ବାକି ଥାଇ ମ୍ୟାଚକୁ ହାତେଇ ନେଇଛି।
ଦଳରେ ଶିଖର ଧାୱନ ୫୨ ରନ୍, ହାର୍ଦ୍ଦିକ ପାଣ୍ଡିଆ ୪୨ ରନ, ବିରାଟ କୋହଲି ୪୦ ରନ୍ ଓ କେ ଏଲ ରାହୁଲ ୩୦ ରନ୍, ସଞ୍ଜୁସାମସନ ୧୫ ରନ୍ ଓ ଶ୍ରେୟସ ଆୟର ୧୨ ରନ କରିଛନ୍ତି। ସେହିପରି ବୋଲିଂରେ ନଟରାଜନ ୨ଟି ୱିକେଟ ନେଇଥିବାବେଳେ ସାର୍ଦ୍ଦୁଲ ଠାକୁର ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

Leave A Reply

Your email address will not be published.