ଭାରତୀୟ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ପାଇଲଟ ଶହୀଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୁଧବାର ଜମ୍ମୁ-କଶ୍ମୀରର ବଡ଼ଗାମ୍‌ରେ ଭାରତୀୟ ଯୁଦ୍ଧ ବିମାନ ମିଗ୍‌-୨୧ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏଥିରେ ୨ ପାଇଲଟ୍‌ ଶହୀଦ୍‌ ହୋଇଥିବା କୁହାଯାଉଛି । ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପାଇଲଟ ଦ୍ବୟଙ୍କ ପରିଚୟ ମିଳି ପାରିନାହିଁ । ଦୁର୍ଘଟଣାଗ୍ରସ୍ତ ବିମାନକୁ ସୀମାରେ ପଇଁତରା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଏହା ଶ୍ରୀନଗର ଏୟାର ବେସ୍‌ରୁ ଉଡ଼ାଣ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଗାରେନ୍ଦ୍‌ ଗାଁରେ ବିମାନଟି ଖସିପଡ଼ିଛି । ତେବେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହେବାର କାରଣ ସମ୍ପର୍କରେ ଜଣାପଡ଼ିନାହିଁ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବିମାନଟି ତଳକୁ ଖସି ଖସି ଆସୁଥିବା ବେଳେ ହଠାତ୍‌ ବିସ୍ଫୋରଣ ହୋଇଥିଲା । ଖବରପାଇ ସ୍ଥାନୀୟ ପୋଲିସ ଓ ବାୟୁସେନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ କରୁଛନ୍ତି ।

Leave A Reply

Your email address will not be published.