ଭାରତୀୟ ବାୟୁସେନାର ବିମାନ ନିଖୋଜ, ସର୍ଚ୍ଚ ଅପରେଶନ ଜାରି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସାମର ଜୋରହାଟରୁ ଉଡ଼ାଣ ଭରିଥିବା ଭାରତୀୟ ବାୟୁସେନାର ଏଏନ-୩୨ ବିମାନ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ଅପରାହ୍ନ ୧୨ଟା ୨୫ରେ ଏହା ଉଡ଼ାଣ ଆରମ୍ଭ କରିଥିବା ବେଳେ ଅପରାହ୍ନ ୧ଟା ପରଠାରୁ ବିମାନ ସହିତ କୌଣସି ସମ୍ପର୍କ କରାଯାଇ ପାରିନାହିଁ ।

ସୂଚନା ଅନୁଯାୟୀ, ଅରୁଣାଚଳ ପ୍ରଦେଶ ଯିବା ପାଇଁ ଉଡାଣ ଭରିଥିବା ଏହି ବିମାନରେ ୮ଜଣ କ୍ରିୟୁ ମେମ୍ବର ଓ ୫ ଯାତ୍ରୀ ଥିଲେ ବୋଲି ବାୟୁସେନା ପକ୍ଷରୁ ସୂଚନା ମିଳିଛି । ତେବେ ବିମାନର ସ୍ଥିତି ଜାଣିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି । ଏହି କାର୍ଯ୍ୟ ପାଇଁ ସୁଖୋଇ ୩୦ ଏୟାରକ୍ରାପ୍ଟ ଓ ସି-୧୩୦ ସ୍ପେଶିଆଲ ସର୍ଚ୍ଚ ଅପରେଶନ ଏୟାରକାପ୍ଟକୁ ଲଗାଯାଇଛି । ହେଲେ ଏବେ ପର୍ଯ୍ୟନ୍ତ ବିମାନର କୌଣସି ଖରବ ମିଳିପାରିନାହିଁ। ଏହି ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାୟୁସେନାର ଉପମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.