ହକି ପୁରୁଷ ବିଶ୍ୱକପ: ଇଣ୍ଡିଆ ଟିମ୍‌ ଘୋଷିତ, ୨ ଓଡ଼ିଆ ସାମିଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଉ ମାତ୍ର ୧୯ ଦିନ ପରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ପୁରୁଷ ବିଶ୍ୱକପ । ଏଥିପାଇଁ ବ୍ୟାପକ ଆୟୋଜନ ଚାଲିଥିବା ବେଳେ ଗୁରୁବାର ହକି ଇଣ୍ଡିଆ (ଏଚଆଇ) ପକ୍ଷରୁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳରେ ଚିଙ୍ଗଲେନ୍ସାନା ସିଂ କାଙ୍ଗୁଜାମ ଉପ ଅଧିନାୟକ ଭାର ତୁଲାଇବେ । ଏହି ଦଳରେ ୨ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ହକି ଇଣ୍ଡିଆ ପକ୍ଷରୁ ଘୋଷିତ ଦଳରେ ୨ ଜଣ ଗୋଲକିପର୍‌ ପିଆର୍‌ ଶ୍ରୀଜେସ ଓ କ୍ରିଷ୍ଣ ବାହାଦୂର ପାଠକ ରହିଛନ୍ତି । ଡିଫେଣ୍ଡର ଭାବେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ ସମେତ ହରମନପ୍ରୀତ ସିଂହ, ବରୁଣ କୁମାର, କୋଠାଜିତ ସିଂହ ଓ ସୁରେନ୍ଦ୍ର କୁମାର ରହିଛନ୍ତି।

ସୂଚନା ଅନୁଯାୟୀ, ହକି ପୁରୁଷ ବିଶ୍ୱକପ୍‌ ପାଇଁ ଗତ ୫ ତାରିଖଠାରୁ କଳିଙ୍ଗ ଷ୍ଟାଡିୟମ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଦିନ ୧୦ଟାରୁ ସା ୫ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି ହେଉଛି । ଲିଗ ପର୍ଯ୍ୟାୟ ମ୍ୟାଚ ପାଇଁ ଟିକେଟ ମୂଲ୍ୟ ୧୦୦ ଓ ୨୦୦ ଟଙ୍କା ରହିଛି ।

Leave A Reply

Your email address will not be published.