ରେଳ ମନ୍ତ୍ରଣାଳୟର ନୂଆ ନିୟମ: ଏଣିକି ବର୍ଷକର ପିଲାଙ୍କ ପାଇଁ ମଧ୍ୟ କରିବାକୁ ପଡିବ ଟିକେଟ

0

ଏଣିକି ୧ ରୁ ୫ ବର୍ଷର ଛୋଟ ପିଲାଙ୍କ ଯାତ୍ରା ପାଇଁ କରିବାକୁ ପଡିବ ପୁରା ଟିକେଟ ବୁକିଂ। ଯାହା ପୂର୍ବରୁ ନିଶ୍ଳୁକ ଥିଲା । ଏବେ ରେଳ ମନ୍ତ୍ରଣାଳୟ ତରଫରୁ ଏହି ନିୟମର ପରିବର୍ତ୍ତନ କରାଯାଇଛି । ଏବେ ରେଳ ମନ୍ତ୍ରଣାଳୟ ତରଫରୁ ରିଜର୍ଭ ବୁକିଂ ଉପରେ ଏହି ବୟସର ପିଲାମାନଙ୍କୁ ସାମିଲ କରିଛନ୍ତି । ଅର୍ଥାତ ଆପଣ ଯଦି ଆପଣଙ୍କର ଛୋଟ ପିଲାଙ୍କୁ ନେଇ ରିଜରର୍ଭେସନ ବଗିରେ ଯାଉଛନ୍ତି ତେବେ ସେମାନଙ୍କ ପାଇଁ ମଧ୍ୟ ପୁରା ଟିକେଟ ବୁକିଂ କରିବାକୁ ପଡିବ ।

ସେପଟେ ରେଳ ମନ୍ତ୍ରଣାଳୟର ଏଭଳି ନିଷ୍ପତ୍ତିକୁ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

କହିରଖୁ କି, ଏପର୍ଯ୍ୟନ୍ତ ୧ ରୁ ୫ ବର୍ଷର ପିଲାଙ୍କ ପାଇଁ ରେଳ ବିଭାଗର କୌଣସି କାଟାଗୋରୀ ସିଟ ପାଇଁ ଟିକେଟ ଲାଗୁ ନଥିବା ବେଳେ ୫ ରୁ ୧୧ ବର୍ଷର ପିଲାଙ୍କ ପାଇଁ ଟିକେଟ ବୁକିଂ ବେଳେ କିଛି ଅପ୍ସନ ମିଳୁଥିଲା । ଏଥିରେ ରହିଥିଲା କି ଯଦି ଆପଣ ୫-୧୧ ବର୍ଷ ମଧ୍ୟରେ ପିଲାଙ୍କ ପାଇଁ ପୁରା ବର୍ଥ ନେଉଛନ୍ତି ତେବେ ଆପଣଙ୍କୁ ପୁରା ଟିକେଟ କରିବାକୁ ପଡୁଥିଲା । ଯଦି ଆପଣ ବର୍ଥ ନନେଉଛନ୍ତି ତେବେ ଆପଣଙ୍କୁ ଅଧା ଟିକେଟ କରିବାକୁ ପଡୁଥିଲା ।

SOA post below
Leave a comment