ବିଶ୍ୱ ଟେଷ୍ଟ ଚାମ୍ପିଆନସିପ ଫାଇନାଲ ଲାଗି ଭାରତୀୟ ଦଳ ଘୋଷଣା

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍‌ ମୁକାବିଲା ଆଉ ଦୁଇ ଦିନ ବାକି ରହିଛି । ଏହି ହାଇଭୋଲଟେଜ୍‌ ମୁକାବିଲା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସାଉଥହମ୍ପଟନରେ ଖେଳାଯିବ । ଏହାକୁ ନେଇ ଖେଳାଳି, ପ୍ରଶଂସକ, ବିଶେଷଜ୍ଞ ଓ କ୍ରିକେଟ୍‌ ମହଲରେ ସମସ୍ତେ ରୋମାଞ୍ଚିତ ଅଛନ୍ତି । ନ୍ୟୁଜିଲାଣ୍ଡ ଦଳ ପରେ ମଙ୍ଗଳବାର ଭାରତୀୟ ଦଳ ଘୋଷଣା ହୋଇଛି । ଦଳ ପ୍ରବନ୍ଧକ ୧୫ ଜଣିଆ ଦଳ ଚୟନ କରିଛନ୍ତି । ଏଥିରେ ଦୁଇ ୱିକେଟ କିପର ଓ ୫ ଦ୍ରୁତ ବୋଲରଙ୍କୁ ସ୍ଥାନ ମିଳିଛି । ଦଳରେ ମୟଙ୍କ ଅଗ୍ରୱାଲ ଓ ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିନାହିଁ । ୧୫ ଜଣିଆ ଦଳରେ ୫ ଦ୍ରୁତ ବୋଲରଙ୍କୁ ସାମିଲ କରାଯାଇଥିବା ବେଳେ ଓପନିଂ ଭାବେ ଶୁବମାନ ଗିଲ୍‌ ଓ ରୋହିତ ଶର୍ମାଙ୍କୁ ଦଳରେ ରଖାଯାଇଛି । ସ୍ପିନର ଭାବେ ରବୀନ୍ଦ୍ର ଜାଡେଜା ଓ ରବି ଚନ୍ଦ୍ରନ ଅଶ୍ୱିନଙ୍କୁ ସାମିଲ କରାଯାଇଛି । ୫ ଦ୍ରୁତ ବୋଲର ହେଉଛନ୍ତି ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ଉମେଶ ଯାଦବ । ପୁରୁଷ ଭାରତୀୟ ଦଳ : ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ଶୁବମାନ ଗିଲ୍‌, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ, ଋଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍‌ବିନ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ ଓ ମହମ୍ମଦ ସିରାଜ ।

Leave A Reply

Your email address will not be published.