ଭାରତର ପ୍ରଥମ ନାଜାଲ୍ କୋଭିଡ ଟିକାକୁ ମିଳିଲା ମଞ୍ଜୁରୀ

0

ଭାରତର ପ୍ରଥମ ନାଜାଲ୍ କୋଭିଡ ଟିକାକୁ ମଞ୍ଜୁରୀ । ଭାରତ ବାୟୋଟେକ୍ ପ୍ରସ୍ତୁତ ନାଜାଲ୍ ଟିକାକୁ ମଞ୍ଜୁରୀ ଦେଲା ଡିସିଜିଆଇ । ୧୮ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଦିଆଯାଇପାରିବ ନାଜାଲ୍ ଟିକା । ଜରୁରୀକାଳୀନ ବ୍ୟବହାର ପାଇଁ ଦେଶର ପ୍ରଥମ ନାଜାଲ ଟିକାକୁ ଅନୁମୋଦନ ଦିଆଯାଇଛି। କରୋନା ପାଇଁ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଦେଶର ନାଜାଲ ନାକ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତର ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅନୁମୋଦନ କରିଛନ୍ତି।

ଏହା କୋଭିଡ -୧୯ ବିରୋଧରେ ଭାରତ ପ୍ରଥମ ନାଜାଲ ଟିକା ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ବିଟ କରି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଏବେ ଏହି ଟିକାକୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ। ଏହି ପଦକ୍ଷେପ କରୋନା ବିରୋଧରେ ଆମେ ମିଳିତ ଭାବେ କରୁଥିବା ଲଢ଼େଇକୁ ଅଧିକ ବଳ ଦେବାରେ ସହାୟକ ହେବ ବୋଲି ସେ କେହିଛନ୍ତି।

SOA post below
Leave a comment