ଦୁର୍ଘଟଣାଗ୍ରସ୍ତ ସାମ୍ବାଦିକ ସାହାଯ୍ୟ ଅପେକ୍ଷାରେ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆଜି ଜଣେ ସାମମ୍ବାଦିକ ବେଳକୁ ସମସ୍ତେ ନିରବ  ହୋଇପଡିଛନ୍ତି । ଦୁର୍ଘଟଣାର ଶିକାର ହୋଇ ଏବେ ସେ ମେଡିକାଲର ଆଇସିୟୁରେ ଚିକିତ୍ସିତ । କିନ୍ତୁ ଦୁର୍ଭାଗ୍ୟ ର କଥା ତାଙ୍କ ପାଇଁ ଏବେ ବାଧକ ସାଜିଛି ଅର୍ଥ । ଗତ କାଲି ଏକ ହ୍ଵାଟ୍ସଆପ ଗ୍ରୁପରେ ଜଣେ ଥାନା ଅଧିକାରୀ ସବୁପ୍ରକାର ସାହାଯ୍ୟ କରିବେ ବୋଲି ଲେଖିବା ପରେ ଆଜି କିଛି ସାମ୍ବାଦିକ ଭାଇ ମାନେ ସାହାଯ୍ୟ କରିବାକୁ ଅଣ୍ଟା ଭିଡିଛନ୍ତି । ଏନେଇ ଆଜି ସତ୍ୟଜିତ ଶେଣଙ୍କ ନାମରେ ଏକ ହ୍ଵାଟ୍ସଆପ ଗ୍ରୁପ ଖୋଲାଯାଇଛି।

ରାଜ୍ୟ ସରକାର କିଛିଦିନ ତଳେ ସାମ୍ବାଦିକ ପାଇଁ ହେଲତ ଇନ୍ସୁରାନ୍ସ କରିଥିଲେ ମଧ୍ୟ ସତ୍ୟଜିତ ଶେଣଙ୍କ ପାଖରେ କୌଣସି ସରକାରୀ ସହାୟତା ପହଞ୍ଚି ନାହିଁ କିମ୍ବା ବରିଷ୍ଠ ସାମ୍ବାଦିକ ଙ୍କ ଏହାକୁ ନେଇ କୌଣସି ତତ୍ପରତା ନାହିଁ। ପ୍ରିଣ୍ଟ ମିଡ଼ିଆ ହେଉ କିମ୍ବା ଇଲେକ୍ଟ୍ରୋନିକ ମିଡ଼ିଆ ଏଖବର କୁ ପ୍ରକାଶ କରିବା ଜରୁରୀ ଭାବି ନାହାନ୍ତି।

ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ସତ୍ୟଜିତ ଙ୍କୁ ସାହାଯ୍ୟ କରିବା କିମ୍ବା ସମବେଦନା ଜଣାଇବା ପାଇଁ ରାଜ୍ୟ ସରକାର ଙ୍କ ଇନ୍ସୁରାନ୍ସ ବିଭାଗ ର କୌଣସି ଅଧିକାରୀ , ନେତା , ସ୍ୱସ୍ଛାସେବୀ ସଙ୍ଗଠନ ବା ବରିଷ୍ଠ ସାମ୍ବାଦିକ କାହାର ଦେଖା ନାହିଁ। ଅନେକ ସାମ୍ବାଦିକ ସଙ୍ଗଠନ ଥାଇ ମଧ୍ୟ ସାହାଯ୍ୟ ର ହାତବଢ଼ାଇ ନାହାଁନ୍ତି।

ଗତ ୬ଦିନ ତଳେ ପଟ୍ଟାମୁଣ୍ଡାରୁ କାର ଯୋଗେ ଭୁବନେଶ୍ୱର ଫେରୁଥିଲେ ସତ୍ୟଜିତ । ସାଲେପୁର ନିଟକରେ ଏକ ବୋଲେରୋ ଗାଡି ସହ ତାଙ୍କର ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଯାକ ଗୋଡ ସତ୍ୟଜିତଙ୍କର ଭାଙ୍ଗି ଯାଇଛି । ଏବେ ସତ୍ୟଜିତ ଭୁବନେଶ୍ୱରର ଏକ ଘରୋଇ ହସପିଟାଲର ଆଇସିୟୁରେ ଭର୍ତି ହୋଇଛନ୍ତି। ଡାକ୍ତରଙ୍କ କହିବାନୁସାରେ ଚିକିତ୍ସା ଲାଗି ପାଖାପାଖି ୫ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ।ସବୁଠୁ ଦୁଃଖର କଥା ହେଉଛି ସତ୍ୟଜିତଙ୍କ ମା’ଙ୍କ ଅବସ୍ଥା ବି କିଛି ଭଲ ନାହିଁ । ତାଙ୍କୁ କ୍ୟାନସର ବୋଲି ଜଣାପଡିଛି । ଏପରିସ୍ଥଳେ ପୁଣି ସତ୍ୟଜିତଙ୍କ ଦୁର୍ଘଟଣା ପୂରା ପରିବାର ଲାଗି ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଛି ।

ଯଦି କୌଣସି ବ୍ୟକ୍ତି ବା ଅନୁଷ୍ଠାନ ସହାୟତାର ହାତ ବଢ଼ାଇବାକୁ ଚାହୁଁଛନ୍ତି ତେବେ ସେମାନେ ୮୭୬୩୦୫୫୧୯୯ ନଚେତ ୯୪୩୭୦୦୧୬୫୪ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ ।

 

Sikshaya
Leave A Reply

Your email address will not be published.