ଓଡ଼ିଶା ରେ ତ୍ରିରଙ୍ଗାକୁ ଅପମାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଇଂରେଜ ମାନଙ୍କ ଠାରୁ ନିଜ ଦେଶକୁ ସ୍ୱାଧୀନ କରିବାକୁ ଲକ୍ଷ ଲକ୍ଷ ଦେଶପ୍ରେମୀ ହସି ହସି ନିଜ ଜୀବନ ର ବଳିଦାନ ଦେଇଥିଲେ। ଭାରତ କୁ ସ୍ୱାଧୀନ କରି ତ୍ରିରଙ୍ଗା ଉଡାଇବା ପରେ ସାରା ଦେଶରେ ଖୁସି ର ଲହରୀ ଖେଳି ଯାଇଥିଲା। ସେଇ ତ୍ରିରଙ୍ଗର ଅପମାନ ହୋଇଥିବାର ଅଭିଯୋଗ ଆସୁଛି ସେ ପୁଣି ଆମ ଓଡିଶାରେ।

ସାରା ବିଶ୍ୱରେ ଭାରତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଯେଉଁ ତ୍ରିରଙ୍ଗା କୁ ଦେଖି ଆମେ ଗର୍ବିତ ସେହି ତ୍ରିରଙ୍ଗା ଉପରେ ଓଡିଶାର ଜଣେ ବ୍ୟକ୍ତି ନିଜ ଚପଲ ହଳକ ରଖିଥିବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳୁଛି । ଭଦ୍ରକ ଜିଲ୍ଲାର ସରୋଜ କୁମାର ପାଲ ରାଜ୍ୟ ସରକାରଙ୍କୁ ଇ-ଅଭିଯୋଗ ଦ୍ୱାରା ଏହି ଅପରାଧ ସମ୍ପର୍କରେ ଅବଗତ କରାଇଛନ୍ତି । ଭାରତ ର ଗୌରବ ବଖାଣୁଥିବା ଆମ ଜାତୀୟ ପତାକା ର ଏପରି ଅପମାନ ଆଦୌ କ୍ଷମନୀୟ ନୁହେଁ ବୋଲି ମଧ୍ୟ ଦର୍ଶାଇଛନ୍ତି। ଏହି ଭାଇରାଲ ଫଟୋରେ ଥିବା ବ୍ୟକ୍ତି କିଏ ଏବଂ କାହିଁକି ଏଭଳି କରୁଛି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.