ବି.ଜେ.ବି ଫ୍ରେଣ୍ଡସ ର ଇଣ୍ଟର କଲେଜ କୁଇଜ ପ୍ରତିଯୋଗିତା ୨୦୧୮

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରାକ୍ତନ ଛାତ୍ରସଂଘ ବି.ଜେ.ବି ଫ୍ରେଣ୍ଡସ ସ୍ଥାନୀୟ ଇଡ଼କଲ ଅଡିଟୋରିଅମ ରେ ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ “ଇଣ୍ଟର କଲେଜ କୁଇଜ ପ୍ରତିଯୋଗିତା ୨୦୧୮”, ବିକ୍ରମ କେଶରୀ ସିଂଦେଓ ଙ୍କ ଦ୍ଵାରା ଆୟୋଜିତ ହୋଇଥିଲା । ଉକ୍ତ କୁଇଜ ପ୍ରତିଯୋଗିତାରେ ଏସ.ସି.ବି ମେଡିକାଲ ଛାତ୍ର ପୁରଞ୍ଜନ ଦେବ ଓ ପ୍ରିତିମାନ ମିଶ୍ର ପ୍ରଥମ, ସିଇଟି କଲେଜ ଛାତ୍ର ଅଙ୍କିତ ସିଂ ଓ ପ୍ରତୀକ ମିଶ ଦ୍ୱିତୀୟ ଏବଂ କିଟ ବିଶ୍ୱବିଦ୍ୟାଳୟ ଛାତ୍ର ଅଳଙ୍କାର ଦେବତା ଓ ସର୍ଜବ ଅଲହକ ତୃତୀୟ ସ୍ଥାନ ହାସଲ କରିଥିଲେ । ୧୯୮୦ ବ୍ୟାଚ ର ବିଜେବି କଲେଜ ଦିବଙ୍ଗତ ଛାତ୍ର ସ୍ବର୍ଗତ ସୁଧାଂଶୁ ନନ୍ଦଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ପ୍ରଥମ ପୁରସ୍କାର ରାଶି ଟ ୧୫,୦୦୦.୦୦, ଦ୍ଵିତୀୟ ପୁରସ୍କାର ରାଶି ଟ ୧୦,୦୦୦.୦୦ ଓ ତୃତୀୟ ପୁରସ୍କାର ୫,୦୦୦.୦୦ ସମ୍ପୃକ୍ତ କୃତି ଛାତ୍ରଙ୍କ ସଂଘ ର ୨୩.୧୨.୨୦୧୮ ବାର୍ଷିକ ଉତ୍ସବରେ ପ୍ରଦାନ କରାଯିବ ବୋଲି ସଭାପତି ଶ୍ରୀ ଦେବାଶିଷ ପଟ୍ଟନାୟକ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଂଘ ର କର୍ମକର୍ତ୍ତା/ସଂପାଦକ ସତ୍ୟବ୍ରତ ଧୁପାଲ, ଉପସଭାପତି ଶ୍ୟାମ ପଟ୍ଟନାୟକ, ରାଜକିଶୋର ଚୌଧୁରୀ, (ପି.ଆର.ଓ) ପ୍ରଗତି ରଞ୍ଜନ ମହାନ୍ତି, ବରିଷ୍ଟ ସଭ୍ୟ ଡ. ଜଗନ୍ନାଥ ମହାପାତ୍ର, କୃଷ୍ଣଚନ୍ଦ୍ର ପାତ୍ର ଏବଂ କାର୍ଯ୍ୟକର୍ତ୍ତା କେଦାର ପଟ୍ଟନାୟକ, ଭବାନୀ ପଟ୍ଟନାୟକ, ବିଶ୍ୱନାଥ ମହାନ୍ତି, ଶ୍ରୀମତୀ ଚିତ୍ରା କାନୋନଗ, ପୂର୍ଣ୍ଣ ଚନ୍ଦ୍ର ସାହୁ, କାର୍ଯ୍ୟକାରିଣୀ ସଭ୍ୟ ଦିଲ୍ଲୀପ ସେନାପତି, ଆଜିତ କୁମାର ବେହେରା,ଏବଂ ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.