ଆନ୍ତର୍ଜାତୀୟ ଯୁବ କ୍ରିକେଟରଙ୍କ ଦୁର୍ଘଟଣାରେ ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁର୍ଘଟଣାର ଶିକାର ହୋଇଥିବା ଆଫଗାନିସ୍ଥାନର ଓପନର ନାଜିବଲ୍ଲା ତାରାକାଇ ଆଜି ମୃତ୍ୟୁବରଣ କରିଛନ୍ତି । କିଛିଦିନ ପୂର୍ବରୁ ସେ ଏକ କାର ଦୁର୍ଘଟଣାରେ ଗୁରୁତର ହୋଇ ଆଇସିୟୁରେ ଚିକିତ୍ସିତ ହେଉଥିଲେ । ଯୁବ କ୍ରିକେଟର ତାରକାଇ ଆଫଗାନିସ୍ଥାନର ପୂର୍ବ ନାଙ୍ଗରହର ଠାରେ ରାସ୍ତା ଅତିକ୍ରମ କରୁଥିବା ସମୟରେ ତାଙ୍କୁ ଏକ କାର ଧକ୍କା ଦେଇଥିଲା । ଏଥିରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ସେ କୋମାକୁ ଚାଲିଯାଇଥିଲେ ।

ସୂଚନା ଅନୁଯାୟୀ, ୨୯ ବର୍ଷିୟ ତାରକାଇଙ୍କ ଅବସ୍ଥା ଗମ୍ଭୀର ରହିଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଆଫଗାନିସ୍ଥାନ କ୍ରିକେଟ ବୋର୍ଡା ତାରକାଇ ମାର୍ଚ୍ଚ ୨୦୧୪ ରେ ନିଜର ଆନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ସେ ଆଫଗାନିସ୍ଥାନ ପାଇଁ ୧୨ ଟି ଟି-୨୦ ଓ ଗୋଟିଏ ଏକଦିବସୀୟ ମ୍ୟାଚ୍ ଖେଳିଥିଲେ । ସେ ଟି-୨୦ ରେ ୪ ଟି ଅର୍ଦ୍ଧଶତକ କରିବା ସହ ମୋଟ ୨୫୮ ରନ୍ ସ୍କୋର କରିଥିଲେ । ସେ ମଧ୍ୟ ୨୪ ଟି ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି । ସେ ହାରାହାରି ୪୭.୨୦ ରେ ୨୦୩୦ ରନ୍ ସ୍କୋର କରିଥିଲେ । ଯାହା ମଧ୍ୟରେ ୬ ଟି ଶତକ ଓ ୫୦ ଟି ଅର୍ଦ୍ଧଶତକ ରହିଛି । ସେହିପରି ୧୭ ଟି ଏ ତାଲିକା ମ୍ୟାଚରେ ତାରାକାଇ ଗୋଟିଏ ଶତକ ଓ ୩ ଟି ଅର୍ଦ୍ଧଶତକ ସହ ହାରା ହାରି ୩୨.୫୨ରେ ମୋଟ ୫୫୩ ରନ୍ ସ୍କୋର କରିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.