ମହିଳାଙ୍କୁ ବିଜ୍ଞାପନ ମନା

0

ମହିଳାଙ୍କୁ ବିଜ୍ଞାପନ ମନା। ଏଣିକି ଆଉ ମହିଳାମାନେ ବିଜ୍ଞାପନରେ କାମ କରିପାରିବେ ନାହିଁ। ଏଭଳି କଛି ନିର୍ଦ୍ଦେଶ ଜାରି କରିଛନ୍ତି କଟ୍ଟରପନ୍ଥୀ ଇସଲାମିକ ନେତାମାନେ। ଏକ ଆଇସ୍‌କ୍ରିମ ବିଜ୍ଞାପନକୁ ନେଇ ବିବାଦ ଉପୁଜିବା ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି।

ନିକଟରେ ଇରାନ୍‌ରେ ଏକ ଆଇସ୍‌କ୍ରିମ ବିଜ୍ଞାପନ ରିଲିଜ ହୋଇଥିଲା। ଏହି ବିଜ୍ଞପନରେ ଜଣେ ମହିଳା ଢ଼ିଲା ହିଜାବ ପିନ୍ଧିଥିବା ନଜର ଆସିଥିଲେ। ଏଥିସହ ସେ ହାତରେ ଧରିଥିବା ମ୍ୟାଗ୍ନମ ଆଇସ୍‌କ୍ରିମ ଖାଉଥିବା ଦେଖିବାକୁ ମିଳିଥିଲା। ଏହି ବିଜ୍ଞାପନ ଉପରେ ଏବେ ଇରାନୀ ମୌଲବୀମାନେ ଆପତ୍ତି ଉଠାଇଛନ୍ତି। ଏଥିସହ ଆଇସ୍‌କ୍ରିମ ନିର୍ମାତା କମ୍ପାନୀ ‘ଡୋମିନୋ’ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅଧିକାରୀଙ୍କ କହିବା ମୁତାବକ, ଏହି ବିଜ୍ଞାପନ ସର୍ବସାଧାରଣଙ୍କ ଶାଳିନତା ବିରୋଧୀ ଏବଂ ଏହା ମହିଳାଙ୍କ ମୂଲ୍ୟବୋଧକୁ ଅପମାନିତ କରୁଛି। ତେଣୁ ଏହାକୁ ହଟାଇବାକୁ ଦାବି କରାଯାଉଛି। ସେପଟେ ବିବାଦ ବଢ଼ିବା ପରେ ବର୍ତ୍ତମାନ ଇରାନର ସଂସ୍କୃତି ଏବଂ ଇସଲାମିକ ଗାଇଡେନ୍ସ ମନ୍ତ୍ରଣାଳୟ ଏକ ଚିଠି ଜାରି କରି ଦେଶର ‘ହିଜାବ ଏବଂ ଚେଷ୍ଟିଟି’ ନିୟମକୁ ଦର୍ଶାଇ ବିଜ୍ଞାପନରେ ମହିଳାମାନେ କାମ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ସୁପ୍ରିମ କାଉନ୍‌ସିଲ୍‌ ଅଫ୍‌ କଲଚରାଲ ରିଭୋଲ୍ୟୁସନ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।

ସୂଚନା ମୁତାବକ, ଇରାନର ନିୟମ ଅନୁସାରେ ବିଜ୍ଞାପନରେ ମହିଳା, ଛୋଟ ଛୁଆ ଓ ପୁରୁଷମାନଙ୍କୁ କୌଣସି ବି ବସ୍ତୁ ଭଳି ଦେଖା ଯାଇପାରିବ ନାହିଁ। ତଥାପି, ଲୋକମାନେ ଏହାକୁ ଭିନ୍ନ ପ୍ରସଙ୍ଗରେ ଭିନ୍ନ ଭାବରେ ଉପସ୍ଥାପନ କରନ୍ତି। ବିଜ୍ଞାପନରେ ମହିଳାଙ୍କୁ ନିଷିଦ୍ଧ କରିବାର ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଇରାନ ମହିଳାମାନେ ସୋସାଲ ମିଡିଆରେ ରାସ୍ତାରେ ହିଜାବ ଯାଞ୍ଚ ନକରିବାକୁ ତୀବ୍ର ବିରୋଧ କରୁଛନ୍ତି।

SOA post below
Leave a comment