କ୍ରିକେଟ୍ ପରେ ଏବେ ଅଭିନୟ କରିବେ ଇରଫାନ୍ ପଠାନ୍; ଦେଖନ୍ତୁ ଟ୍ରେଲର

କ୍ରିକେଟ୍ ପଡ଼ିଆ ପରେ ଏବେ ବଡ ପରଦାରେ ଦେଖାଦେବେ ଇରଫାନ୍ ପଠାନ୍ । ତାମିଲ ଫିଲ୍ମ ‘କୋବ୍ରା’ ସହିତ ସେ ଅଭିନୟ ଜଗତରେ ପାଦ ଦେବାକୁ ଯାଉଛନ୍ତି। ଯାହାର ଟ୍ରେଲର ରିଲିଜ ହୋଇଛି। ଟ୍ରେଲରରେ ତାଙ୍କୁ ଜଣେ ପୋଲିସ ଅଫିସର ଭୂମିକାରେ ଦେଖିବାକୁ ମିଳିଛି। ଅଜୟ ଜୟନମୁଥୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଅଗଷ୍ଟ ୩୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ଇରଫାନଙ୍କ ସହ ତାମିଲ ଅଭିନେତା ଚିଆନ ବିକ୍ରମ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ସୋସିଆଲ ମିଡିଆରେ ଏହି ଟ୍ରେଲରକୁ ସେୟାର କରି କ୍ରିକେଟର ସୁରେଶ ରାଇନା ଏହି ଫିଲ୍ମ ବିଷୟରେ ଉତ୍ସାହ ପ୍ରକାଶ କରିଥିଲେ।
ସୁରେଶ ରାଇନା ଇନଷ୍ଟାଗ୍ରାମରେ ‘କୋବ୍ରା’ର ଟ୍ରେଲରକୁ ସେୟାର କରି ଅଭିନନ୍ଦନ ଜଣାଇ କହିଛନ୍ତି ଯେ,’ ତୁମକୁ ଫିଲ୍ମ କୋବ୍ରାରେ ଅଭିନୟ କରିଥିବାର ଦେଖି ମୁ ବହୁତ ଖୁସି ଭାଇ ଇରଫାନ | ପ୍ରକାଶ ଯେ, ଏହି ଚଳଚ୍ଚିତ୍ରଟି ଆକ୍ସନରେ ପରିପୂର୍ଣ୍ଣ ଥିବା ଦେଖିବାକୁ ମିଳିଛି । ଦେଖନ୍ତୁ ଟ୍ରେଲର…