ଆପଣଙ୍କ ଗୋଡର ଦ୍ଵିତୀୟ ଆଙ୍ଗୁଠି ବଡ କି ? ଜଣାନ୍ତୁ ଏହା ପଛର ରହସ୍ୟ ଓ ବ୍ୟକ୍ତିଙ୍କ ସମ୍ପର୍କରେ

0

ଦୀର୍ଘ ଦିନରୁ ଜ୍ୟୋତିଷମାନେ ହସ୍ତରେଖା ଏବଂ ମସ୍ତିଷ୍କ ରେଖା ସହ ଶରୀରର ବିଭିନ୍ନ ଅଙ୍ଗ ସହ ବ୍ୟକ୍ତିଙ୍କ ବିଷୟରେ ଆକଳନ କରି ଆସୁଛନ୍ତି। ଜ୍ୟୋତିଷମାନେ ହସ୍ତରେଖା ଦେଖି ଭବିଷ୍ୟତ ବିଷୟରେ କହିଥାଆନ୍ତି ଏବଂ ଶରୀରର ଅନ୍ୟ ଅଙ୍ଗ ଦେଖି ମଧ୍ୟ ଭବିଷ୍ୟତ ବିଷୟରେ କହିଥାଆନ୍ତି। ଏହି ଅଙ୍ଗଗୁଡ଼ିକ ମଧ୍ୟରୁ ଆମ ଗୋଡ଼ର ଆଙ୍ଗୁଠି ମଧ୍ୟ ରହିଛି ଯାହା ବିଷୟରେ ଆମେ ଆପଣଙ୍କୁ କିଛି ତଥ୍ୟ କହିବା।

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଶରୀରର ପ୍ରତ୍ୟେକ ସଂରଚନା ଆପଣଙ୍କ ବ୍ୟକ୍ତିତ୍ବ ଏବଂ ଭବିଷ୍ୟତ ବିଷୟରେ କିଛି ନା କିଛି କହିଥାଏ। ଆପଣଙ୍କ ଗୋଡ଼ର ଦ୍ବିତୀୟ ଆଙ୍ଗୁଠି ମଧ୍ୟ ଆପଣଙ୍କ ବ୍ୟକ୍ତିତ୍ବ ଏବଂ ଭବିଷ୍ୟତ ବିଷୟରେ ବହୁତ କିଛି କହିଥାଏ। ଏପରି ବ୍ୟକ୍ତି ଯାହାର ଗୋଡ଼ର ଆଙ୍ଗଠି ସବୁ ଆଙ୍ଗୁଠିର ସମାନ ହୋଇଥାଏ ସେମାନେ ସମାଜରେ ନିଜ ପରିଶ୍ରମ ସକାଶେ ଜଣା ଯାଆନ୍ତି।

ଏପରି ବ୍ୟକ୍ତି ପରିଶ୍ରମକୁ ବିଶ୍ବାସ କରିଥାଆନ୍ତି ଏବଂ ଯେକୈାଣସି ଚ୍ୟାଲେଞ୍ଜ ଆଗରେ ହାର ମାନିନଥାଆନ୍ତି। ଏପରି ବ୍ୟକ୍ତି ସବୁବେଳେ ସକରାତ୍ମକ ଚିନ୍ତାଧାରା ବ୍ୟକ୍ତ କରିଥାଆନ୍ତି। ଏପରି ବ୍ୟକ୍ତି ନିଜ ଆଖପାଖର ବ୍ୟକ୍ତିଙ୍କ ମଧ୍ୟରେ ମଧ୍ୟ ସକରାତ୍ମକ ଶକ୍ତି ସଞ୍ଚାର କରିଥାଆନ୍ତି। ଏଥିପାଇଁ ଏମାନେ ସମାଜରେ ସମସ୍ତଙ୍କଠୁ ଇଜ୍ଜତ ପାଇଥାଆନ୍ତି।

ଯଦି କୈାଣସି ବ୍ୟକ୍ତିଙ୍କ ଗୋଡ଼ର ଦ୍ବିତୀୟ ଆଙ୍ଗୁଠି ସେହି ଗୋଡ଼ର ବୁଢ଼ା ଆଙ୍ଗୁଠିଠାରୁ ଲମ୍ବା ହୋଇଥାଏ ତେବେ ସେହି ବ୍ୟକ୍ତି ଅତ୍ୟଧିକ ଶକ୍ତିଶାଳୀ ଏବଂ ଚତୁର ହୋଇଥାଆନ୍ତି। ଏମାନେ ସବୁବେଳେ ଖୁସିରେ ରହିବାକୁ ପସନ୍ଦ କରିଥାଆନ୍ତି। ଏବଂ ଏହା ସହିତ ଅନ୍ୟମାନଙ୍କୁ ମଧ୍ୟ ଖୁସିରେ ରଖିବାକୁ ଉଦ୍ୟମ କରିଥାଆନ୍ତି। ଏହି ବ୍ୟକ୍ତିମାନେ ଅତ୍ୟନ୍ତ ବୁଦ୍ଧିମାନ ଏବଂ ଧୀଶକ୍ତିବାନ୍ ହୋଇଥାଆନ୍ତି। ସେମାଦେ ସବୁ କାମକୁ ଦକ୍ଷତାର ସହ ସମ୍ପୂର୍ଣ୍ଣ କରିଥାଆନ୍ତି। ଏମାନେ ଲୋକଙ୍କ ସହ ଶୀଘ୍ର ବନ୍ଧୁତା ସ୍ଥାପନ କରିବାକୁ ପସନ୍ଦ କରନ୍ତି ନାହିଁ।

 

SOA post below
Leave a comment