ଭାଇରାଲ ହେଉଛି ଇଶାଙ୍କ ବାହାଘର କାର୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶର ପ୍ରତିଷ୍ଠିତ ବ୍ୟବସାୟୀ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ଝିଅ ଈଶା, ପରୀମଲ ଗ୍ରୁପ ଅଫ କମ୍ପନିଜର ଚେୟାରମ୍ୟାନଙ୍କ ପୁଅ ଆନନ୍ଦ ପରୀମଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ଡିସେମ୍ବର ୧୨ରେ ଉଭୟଙ୍କ ବିବାହ ମୁମ୍ବାଇଠାରେ ଅନୁଷ୍ଠିତ ହେବ । ଉଭୟ ପରିବାର ଲୋକେ ଏବେ ବାହାଘର ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଇଶା ଓ ଆନନ୍ଦଙ୍କ ବାହାଘର କାର୍ଡ । ଈଶାଙ୍କର ବକ୍ସ ଆକୃତିର ଦୁଇଟି କାର୍ଡ ହୋଇଛି । ଗୋଟିଏ ବକ୍ସରେ ଆନନ୍ଦ ଓ ଈଶାଙ୍କ ନାଁ ରହିଥିବା ବେଳେ ଅନ୍ୟଟିରେ ସରସ୍ବତୀଙ୍କ ଫଟୋ ସହ କିଛି ଉପହାର ରହିଛି । ତେବେ ଧନତେରାସ ଅବସରରେ ଇଶାଙ୍କ ବାହାଘର କାର୍ଡ ବଦ୍ରିନାଥଙ୍କୁ ଅର୍ପଣ କରିବାକୁ ଯାଇଥିଲେ । ପ୍ରଥମ ନିମନ୍ତ୍ରଣ ପତ୍ର ବଦ୍ରିନାଥଙ୍କ ନିକଟରେ ସମର୍ପଣ କରିବା ପରେ ସେଠାକାର ମନ୍ଦିର କମିଟିକୁ ଅମ୍ବାନୀ ପରିବାର ପକ୍ଷରୁ ୨ଟି ଇନୋଭା କାର୍‌ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.