ଆଲିବାବାର ମାଲିକ ଜ୍ୟାକ୍ ମା’ ୨ ମାସ ହେବ ନିଖୋଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚାଇନାର ଅରବପତି ତଥା ଅଲିବାବା କମ୍ପାନୀର ପ୍ରତିଷ୍ଠାତା ଜ୍ୟାକ୍ ମା’ ଗତ ୨ମାସ ହେବ ନିଖୋଜ ଅଛନ୍ତି। ଅକ୍ଟୋବରରେ ଚାଇନାର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟିକୁ ଜ୍ୟାକ୍ ଟାର୍ଗେଟ୍ କରିବା ପରେ ତାଙ୍କର ଆଉ ପତ୍ତା ମିଳୁନାହିଁ। ସାଧାରଣତଃ ଚାଇନାରେ ଶାସକଦଳ ଉପରେ କେହିକିଛି କୁହନ୍ତି ନାହିଁ।
ସୂଚନା ଅନୁସାରେ ଜ୍ୟାକ୍ ମା’ ନିଜର ଏକ ଟ୍ୟାଲେଣ୍ଟ ଶୋ’ ଆୟୋଜନ କରିଥିଲେ। ଏହି ଶୋ’ର ଅନ୍ତିମ ସମୟରେ ସେ ଯୋଗ ଦେଇପାରିନଥିଲେ। ଜ୍ୟାକ୍ ମା’ର ଏହି କାର୍ଯ୍ୟକ୍ରମ ଆଫ୍ରିକୀୟ ଉଦ୍ୟୋଗୀଙ୍କ ଉପରେ ଆଧାରିତ ଥିଲା। ହେଲେ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ତାଙ୍କ ବଦଳରେ ଆଉ ଜଣେ ଜଜ୍ ନିଯୁକ୍ତ ହୋଇଥିଲେ। ଖାଲି ଏତିକି ନୁହେଁ ଆଲିବାବା ୱେବସାଇଟରୁ ତାଙ୍କର ଫଟୋ ମଧ୍ୟ ହଟାଇ ଦିଆଯାଇଛି।
ଅକ୍ଟୋବର ୨୪ ରେ ଜ୍ୟାକ୍ ସାଂଘାଇରେ ଏକ ଅଭିଭାଷଣ ରଖିଥିଲେ। ଯାହାକି ବିବାଦୀୟ ବୋଲି କୁହାଯାଉଛି। ଚାଇନାର ରେଗୁଲେସନ ସିଷ୍ଟମକୁ ଏହି ଅଭିଭାଷଣ ଜରିଆରେ ଟାର୍ଗେଟ କରାଯାଇଥିଲା ବୋଲି କୁହାଯାଉଛି।

Leave A Reply

Your email address will not be published.