ବିରୋଧୀ ଦଳ ନେତା ଭାବେ ଦାୟିତ୍ବ ନେଲେ ଜୟ ନାରାୟଣ ମିଶ୍ର

0

ଆଜି ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ବ ନେଇଛନ୍ତି ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର । ଗୃହରେ ବାଚସ୍ପତିଙ୍କ ଘୋଷଣା ପରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜୟ ନାରାୟଣ । ଏନେଇ ‘ବିରୋଧୀ’ ବଦଳରେ ପ୍ରତିପକ୍ଷ କହିବାକୁ ଅନୁରୋଧ କରିଛନ୍ତି ଜୟ ନାରାୟଣ ।

ଦାୟିତ୍ୱ ଗ୍ରହଣ ପରେ ଜୟ ନାରାୟଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଜୟଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଗତ କରିଛନ୍ତି । ବିରୋଧୀ ଦଳ ନେତା ଭାବେ ଜୟ ଏବେ ଜି ବ୍ଲକ – ଆସନ ୪ରେ ବସିବେ । ସେହିପରି ପୂର୍ବତନ ବିରୋଧୀ ଦଳ ନେତା ଜି ବ୍ଲକ – ଆସନ ୮ କୁ ସ୍ଥାନାନ୍ତରିତ ହୋଇଛନ୍ତି । ଗୃହର ଐତିହ୍ୟ, ପରମ୍ପରା ଓ ସମ୍ମାନକୁ ଆହୁରି ଗୌରବାନ୍ୱିତ କରିବା ଲାଗି କାର୍ଯ୍ୟ କରିବି ବୋଲି ଜୟ କହିଛନ୍ତି ।

SOA post below
Leave a comment