ଟିକେ ଅସନ୍ତୁଷ୍ଟ ଅଛନ୍ତି ଜୟନାରାୟଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ମୁଁ ସଭାପତି ରେଶରେ ନାହିଁ I ମତେ ଏମାନେ ବିରୋଧୀ ଦଳ ନେତା କରି ଦେଲେଣି, ସଭାପତି କଣ କରିବେ ? । ଯଦି ପ୍ରସ୍ତାବ ଆସେ, ଗ୍ରହଣ କରିବିନି । ପୁରୀ ଗଜପତି ମହାରାଜଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା ପ୍ରସଙ୍ଗ ନେଇ ମଧ୍ୟ ସେ କହିଛନ୍ତି ନବୀନ ପଟ୍ଟନାୟକ ସାର୍ଟିଫିକେଟ ପାଇବାରେ ଧୁରନ୍ଧର । ଏଠି ରାଜ୍ୟ ଦାରିଦ୍ର୍ୟ ତଳକୁ ଖସିଲାଣି ।  ସେଥିରେ ବି ସେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ସାର୍ଟିଫିକେଟ ପାଉଛନ୍ତି। ସେ ଗଜପତି ମହାରାଜାଙ୍କୁ କହିଥିବେ ସାର୍ଟିଫିକେଟ ଦେବାକୁ, ସିଏ ଦେଇଥିବେ । ଗଜପତି ଆଉ କଣ କରିବେ । ଆମ ପାଖକୁ ବି ଯିଏ ଆସନ୍ତି, ଆମେ ଦସ୍ତଖତ କରିଦେଉ ।

Leave A Reply

Your email address will not be published.