ବିପନ୍ନଙ୍କ ପାଖେ ବବି : ଜଳମଗ୍ନ ଯାଜପୁରରେ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସାହା ହେଲେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବୈତରଣୀ ନଦୀରେ ବନ୍ୟା ଆସିବାରୁ ଯାଜପୁରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଅନେକ ଲୋକ ଘେରରେ ଅଛନ୍ତି । ଲୋକଙ୍କ ଏଭଳି ଦୁଃଖରେ କାଳ ବିଳମ୍ବ ନକରି ସହାୟତାର ହାତ ବଢାଇଛନ୍ତି ଯାଜପୁରର ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ । ଖାଲି ଜଣେ ବିଧାୟକ ଭାବେ ନୁହେଁ ଲୋକଙ୍କ ସୁଖ ଦୁଃଖର ସାଥୀ ଭାବେ ବନ୍ୟା ପାଣିକୁ ଖାତିର ନକରି ପାଣିରେ ପସି ବିଭିନ୍ନ ପଞ୍ଚାୟତର ଜଳବନ୍ଦି ଥିବା ଲୋକଙ୍କ ପାଖରେ ପହଁଚିଛନ୍ତି। କାରଣ ସେ କେବଳ ବିଧାୟକ ନୁହଁନ୍ତି ଲୋକଙ୍କ ନେତା। ସୁଖ, ଦୁଃଖର ସାଥି । କାମ ତାଙ୍କର ପରିଚୟ। ବତ୍ୟା,ବନ୍ୟା ହେଉ ଅବା ଅନ୍ୟ କିଛିି ସମସ୍ୟା ସବୁବେଳେ ଲୋକଙ୍କ ସହ ରହନ୍ତି ସେ। ଲୋକଙ୍କସହ ରହି ସବୁବେଳେ ଲୋକଙ୍କ ସେବାରେ ନିଜକୁ ସର୍ମପିତ କରିଥିବା ମଣିଷଟିଏ ସେ। ଯେଉଁଥି ପାଇଁ ସାରା ଓଡ଼ିଶାରେ ତାଙ୍କର ରହିଛି ସ୍ୱତନ୍ତ୍ର ପରିଚୟ । ନିଷ୍ଠାପର ଓ ପରିଶ୍ରମ ପାଇଁ ଲୋକେ ତାଙ୍କୁ ଜଣେ ରାଜନେତା ନୁହେଁ, ବଂର ନିଜର ଭାଇ ଭାବନ୍ତି । କରୋନା ସମୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅଧା ଓଡ଼ିଶା ଜଳରେ ଉବୁଡ଼ୁବୁ । ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ନାନା ସମସ୍ୟା ଭିତରେ ଅଛନ୍ତି। ଆଉ ଲୋକଙ୍କ ଏହି ର୍ଦୁଦଶା ସମୟରେ ତାଙ୍କ ପାଖରେ ଛିଡ଼ା ହୋଇଛନ୍ତି ତାଙ୍କ ନେତା। ବଢାଇଛନ୍ତି ସହଯୋଗର ହାତ। ବିଜେଡ଼ି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମୟୁରଭଞ୍ଜ, ବାରିପଦା ପରେ ନିଜ ନିର୍ବାଚନୀ ମଣ୍ଡଳୀର ବିିିଭିନ୍ନ ବନ୍ୟା ଅଂଚଳରେ ପହଞ୍ଚି ଲୋକଙ୍କ ଭଲମନ୍ଦ ବୁଝିଛନ୍ତି । ବୈତରଣୀ ନଦୀରେ ବନ୍ୟା ଆସିବାରୁ ଯାଜପୁର ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ପଂଚାୟତ ଲୋକମାନେ ପାଣି ଘେରରେ ଅଛନ୍ତି । ଆଉ ଏଥିଲାଗି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଆଜି ଏସବୁ ପଂଚାୟତକୁ ଯାଇ ଲୋକ ସମସ୍ୟା ପଚାରି ବୁଝିଥିଲେ । ଲାଇଫ ଜ୍ୟାକେଟ ପିନ୍ଧି ବୋଟରେ ବସି ବନ୍ୟାର ସ୍ଥିତି ଅନୁଧ୍ୟାନ କରିବା ସହ ନିଜେ ପାଣିରେ ପଶି ଲୋକଙ୍କ ପାଖରେ ପହଞ୍ଚିଥିଲେ । ଜିଲ୍ଳା ପ୍ରଶାସନ ସହ ଆଲୋଚନା କରି ଲୋକଙ୍କ ତୁରନ୍ତ ସହାୟତା ଯୋଗାଇ ଦେଇଥିଲେ । ବନ୍ୟାରେ ଯେପରି କୌଣସି ଲୋକ ଅସୁବିଧାରେ ନପଡ଼ିବେ ସେଥିପାଇଁ ଲୋକଙ୍କୁ ସୁରକ୍ଷତି ସ୍ଥାନକୁ ସ୍ତାନାସ୍ତରିତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଣବ। ଏହାସହ ଲୋକଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେଇଥିଲେ । ବନ୍ୟା ଜଳରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ସରକାରଙ୍କ ସହାୟତା ତୁରନ୍ତ ଦେବାକୁ ପାଇଁ ପ୍ରତିଶ୍ରୃତି ଦେଇଥିଲେ । ଚାଷଜମି ନଷ୍ଟ ହୋଇଥିବା ଓ କଚ୍ଚାଘର ଭାଙ୍ଗିଥିବା ଲୋକେମାଦନଙ୍କୁ ତୁରନ୍ତ କିପରି ସରକରୀ ସହାୟତା ମିଳିବ ସେ ନେଇ ଜିଲ୍ଳାପାଳଙ୍କ ସହ ଆଲୋଚନା କରିଥିଲେ। କେବଳ ସେତିକି ନୁହେଁ, ପ୍ରଥମେ ଲୋକମାନଙ୍କୁ କିପରି ସୁରକ୍ଷତି ସ୍ଥାନକୁ ସ୍ଥାନାସ୍ତରିତ କରାଯିବ ଓ ଶୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ତାହାର ଉପରେ ପ୍ରାଥତ୍ମିକତା ଦେଇଥିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ। କେବଳ ନିଜ ନିର୍ବାଚନ ମଣ୍ଡଳୀ ନୁହେଁ, ବାଲେଶ୍ୱର,ମୟୁରଭଞ୍ଜ, ବାରିପଦା ଆଦି ବନ୍ୟା ଅଂଚଳ ବୁଲି ପ୍ରଣବ ଲୋକଙ୍କ ସୁଖଦୁଃଖ ବୁଝିବା ସହ ସହାୟତାର ହାତ ବଢାଇଛନ୍ତି । ଲୋକଙ୍କ ପାଇଁ ତାଙ୍କର ଏପରି କାମକୁ ସବୁ ମହଲରେ ପ୍ରଶଂସା କରାଯାଉଛି । ଲୋକେ କହୁଛନ୍ତି ନେତା ହେବ ତ ପ୍ରଣବଙ୍କ ପରି ।

Leave A Reply

Your email address will not be published.