ଜଳେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁ ନିଲମ୍ବିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ୱରରେ ପୁଲିସ-ଡ୍ରଗ୍ସ ବ୍ୟବସାୟୀ ଅଡିଓ ଭାଇରାଲ ମାମଲାରେ ପୁଲିସ୍ ଡିଜି ଅଭୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁଙ୍କୁ ପୁଲିସ ଡିଜି ଅଭୟ ନିଲମ୍ବନ କରିଛନ୍ତି। ଏ ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଡିଜିପି ।

ଗତକାଲି ବାଲେଶ୍ୱର ଏସ୍‌ପିଙ୍କୁ ପୁଲିସ-ଡ୍ରଗ୍ସ ବ୍ୟବସାୟୀ ଅଡିଓ ଭାଇରାଲ ମାମଲାର ତଦନ୍ତ ନିର୍ଦେଶ ଦେଇଥିଲେ ଆଇଜି ଦୀପ୍ତେଶ ପଟ୍ଟନାୟକ। ଏହାପରେ ଡିଜିପି ଅଭୟ ଏହି କାର୍ଯାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି।

Leave A Reply

Your email address will not be published.