ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଭିଡ୍ ନିୟମାବଳୀ ପାଳନ ସହ ଜଲ୍ଲିକଟୁ ଆୟୋଜନ କରିବାକୁ ଅନୁମତି ଦେଇଛନ୍ତି ତାମିଲନାଡୁ ସରକାର। କୋଭିଡ୍ ନିୟମ ଅନୁଯାୟୀ କାର୍ଯ୍ୟକ୍ରମରେ କେବଳ ୧୫୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ଏଥିସହ କାର୍ଯ୍ୟକ୍ରମରେ ଭାଗନେବାକୁ ଥିବା ପ୍ରତିଯୋଗୀଙ୍କୁ କୋଭିଡ୍ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ। ଆୟୋଜନସ୍ଥଳରେ କେବଳ ୫୦ଜଣ ଲୋକ ଉପସ୍ଥିତ ରହିପାରିବେ। କାର୍ଯ୍ୟକ୍ରମସ୍ଥଳରେ ଥର୍ମାଲ୍ ସ୍କାନିଂ ହେବ। ଉପସ୍ଥିତ ଲୋକ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ପାଳନ କରିବା ଅନିବାର୍ଯ୍ୟ।
ସୂଚନାଯୋଗ୍ୟ, ଜଲ୍ଲିକଟୁ ତାମିଲନାଡୁର ୪୦୦ବର୍ଷ ପୁରୁଣା ଏକ ପାରମ୍ପରିକ ଖେଳ। ଏହା ପୋଙ୍ଗଲ ସମୟରେ ଅନୁଷ୍ଠିତ ହୁଏ। ଏହି ଖେଳରେ ଷଣ୍ଢକୁ ରଗାଇ ଦିଆଯାଏ ଏବଂ ଲୋକମାନେ ତାକୁ କାବୁ କରନ୍ତି। ୨୦୧୪ରେ ସୁପ୍ରିମକୋର୍ଟ ଏହି ଖେଳ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସୁପ୍ରିମକୋର୍ଟଙ୍କ ଆଦେଶକୁ ବିରୋଧ କରି ଲୋକମାନେ ରାସ୍ତାକୁ ଓହ୍ଲାଇଥିଲେ। ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଖେଳ ଆୟୋଜନ ପାଇଁ ଏକ ନୂଆ ଅଧ୍ୟାଦେଶ ପାରିତ ହୋଇଥିଲା।
