ଜମ୍ମୁ କଶ୍ମୀର ଭୟଙ୍କର ସଡକ ଦୁର୍ଘଟଣା; ୧୧ ମୃତ, ଉଦ୍ଧାର କାର୍ଯ୍ୟ ଜାରି, ବଢିପାରେ ମୃତକଙ୍କ ସଂଖ୍ୟା

0

ଜମ୍ମୁ କଶ୍ମୀର ପୁଞ୍ଚ ଜିଲ୍ଲା ମଣ୍ଡି ଅଞ୍ଚଳରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ବସଟି ଘାଟିକୁ ଖସିଯିବାରୁ ଦୁର୍ଘଟଣା ଘଟିଛି । ଅଘଟଣରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆଜି ସକାଳୁ ୨୪ ରୁ ୩୦ ଜଣ ଯାତ୍ରୀ ମଣ୍ଡିରୁ ସାଉଜିୟାନ ଅଭିମୁଖେ ଯିବାବେଳେ ଏହି ଅଘଟଣ ଘଟିଛି । ବେରରି ନାଲ୍ଲାହ ରାସ୍ତାରେ ଦୁର୍ଘଟଣା ଘଟିଛି।

ମୃତଦୁର୍ଘଟଣାର ଖବର ପାଇଁ ଉଦ୍ଧାରକାରୀ ଦଳ, ପୋଲିସ ଓ ସ୍ଥାନୀୟ ଲୋକ ସେଠାରେ ପହଞ୍ଚିଥିଲେ । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାାନରେ ଭର୍ତ୍ତି କରାଯାଇଛି । ୧୧ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ପୋଲିସ ସୂଚନା ଦେଇଛି । ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ଭାରତୀୟ ସେନା ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

SOA post below
Leave a comment