ଜମ୍ମୁ-କଶ୍ମୀରରେ ରାଜ୍ୟପାଳ ଶାସନ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଜି ଠାରୁ ଜମ୍ମୁ-କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହୋଇଛି। ମଙ୍ଗଳବାର ଭାଜପା-ପିଡିପି ମେଣ୍ଟ ୨୦୧୯ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ଏଭଳି ନିଷ୍ପତି ନେଇଥିବା କୁହାଯାଉଛି । ଶାନ୍ତି ପ୍ରତିଷ୍ଠା ଏବଂ ରାଜ୍ୟର ତିନିଟି ପ୍ରମୁଖ ଅଞ୍ଚଳର ବିକାଶ ସକାଶେ ଭାଜପା-ପିଡିପି ମଧ୍ୟରେ ମେଣ୍ଟ ହୋଇଥିଲା । କିନ୍ତୁ ମେଣ୍ଟ ସରକାର ଅମଳରେ ଏହା ସମ୍ଭବ ହେଲାନାହିଁ ଜାମ୍ମୁ-କଶ୍ମୀରରେ ହିଂସା ଦିନକୁ ଦିନ ବଢି ଚାଲିଲା । ତେଣୁ ଭାଜପା ମେଣ୍ଟ ସରକାରରୁ ଓହରି ଗଲା ବୋଲି ଭାଜପା ସାଧାରଣ ସମ୍ପାଦକ ରାମମାଧବ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ, ମେଣ୍ଟ ଭାଙ୍ଗିବା ସମ୍ପର୍କରେ ଆଲୋଚନା ନିମନ୍ତେ ଭାଜପା ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ଦିଲ୍ଲୀରେ ରାଜ୍ୟର ସମସ୍ତ ବଡ଼ ଦଳର ନେତାଙ୍କ ସହ ବୈଠକ କରିଥିଲେ। ବୈଠକରେ ଜମ୍ମୁ-କାଶ୍ମୀର ସରକାରରେ ସାମିଲ ଥିବା ପାର୍ଟିର ସମସ୍ତ ମନ୍ତ୍ରୀ ଓ କିଛି ମୁଖ୍ୟ ନେତାଙ୍କୁ ବୈଠକରେ ଡାକାଯାଇଥିଲା। ଏହି ବୈଠକରେ ମେଣ୍ଟ ଭାଙ୍ଗିବା ନେଇ ଆଲୋଚନା ହୋଇଥିଲା।

Leave A Reply

Your email address will not be published.