ଜନ୍ମାଷ୍ଟମୀରେ କରନ୍ତୁ ଏହି କାମ; ପୂରଣ ହେବ ସମସ୍ତ ମନୋସ୍କାମନା

ଜନ୍ମାଷ୍ଟମୀ ର ପାଳନ ପର୍ବ ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପୁରା ଭାରତ ବର୍ଷରେ ଆନନ୍ଦ ଉଲ୍ଲାସ ର ସହିତ ପାଳନ କରାଯାଇଥାଏ ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମ ଉତ୍ସବ କୁ ଜନ୍ମାଷ୍ଟମୀ ଭାବରେ ପାଳନ କରାଯାଇଥାଏ ଏବଂ ଜନ୍ମାଷ୍ଟମୀ ଦିନ ରାତ୍ରି କୁ ମୋହରାତ୍ରି ମଧ୍ୟ କୁହାଯାଇଥାଏ| ଏଥିପାଇଁ ଜନ୍ମାଷ୍ଟମୀ ଦିନ ରାତ୍ରିକୁ ବିଶେଷ ମହତ୍ୱ ପୂର୍ଣ୍ଣ ମନାଯାଇଥାଏ କାହିଁକି ନା କୁହାଯାଇଥାଏ କି ଏଇ ରାତ୍ରିରେ ଭଗବାନ ଶ୍ରୀକୃଷ୍ଣ ଙ୍କର କୃପା ଦୃଷ୍ଟି ଯାହା ଉପରେ ପଡିଥାଏ | ତାଙ୍କର ସମସ୍ତ ଇଛା ପୂରଣ ହୋଇଥାଏ ପୁରାଣ ଶାସ୍ତ୍ର ଅନୁସାରେ ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁଙ୍କର ଅବତାର ଅଟନ୍ତି ଏବଂ ତାଙ୍କ ପତ୍ନୀ ରୁକ୍ମିଣୀ ମାତା ଲକ୍ଷ୍ମୀ ଙ୍କ ସ୍ୱରୂପ ଅଟନ୍ତି |
ସେଥିପାଇଁ କୃଷ୍ଣ ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପ୍ରସନ୍ନ କରିବାପାଇଁ ଯଦି କିଛି ବିଶେଷ ଉପାୟ କରାଯାଏ ତାହେଲେ ମା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କ ସମସ୍ତ ଇଛା ପୂର୍ଣ୍ଣ କରିଥାନ୍ତି ତେବେ ଆସନ୍ତୁ ଜାଣିବା…
-ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ କାରାଯାଇଥିବା କିଛି ବିଶେଷ ଉପାୟ ବିଷୟରେ ଯାହା କରିବାଦ୍ୱାରା ମନୁଷ୍ୟର ସମସ୍ତ ମନ ସ୍କାମନା ପୂର୍ଣ୍ଣ ହୋଇଥାଏ |
– ଜନ୍ମାଷ୍ଟମୀ ଦିନ ସକାଳୁ ସ୍ନାନ ଶୌଚ ସାରି ସୁଦ୍ଧ ବସ୍ତ୍ର ପରିଧାନ କରି ରାଧାକୃଷ୍ଣ ମନ୍ଦିରକୁ ଯାଇ ହଳଦିଆ ରଙ୍ଗର ଫୁଲମାଳ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ, ଏପରି କରିବା ଦ୍ୱାରା ଧନ ସମ୍ବଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ଲକ୍ଷ୍ମୀ ପ୍ରାପ୍ତି ର ଯୋଗ ଉତ୍ପନ ହୋଇଥାଏ |
-ଭଗବାନ କୃଷ୍ଣ ଙ୍କୁ ପିତାମ୍ବରଠାରି ମଧ୍ୟ କୁହାଯାଇଥାଏ ଏଥିପାଇଁ କୃଷ୍ଣ ଜନ୍ମାଷ୍ଟମୀ ଦିନ ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଏବଂ ହଳଦିଆ ରଙ୍ଗର ଫଳ ଏବଂ ହଳଦିଆ ରଙ୍ଗର ଭୋଗ ଅର୍ପଣ କରନ୍ତୁ, ଏପରି କରିବା ଦ୍ୱାରା ଭଗବାନ ଶ୍ରୀକୃଷ୍ଣ ଏବଂ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ ଏବଂ ବ୍ୟକ୍ତିର ଜୀବନରେ କେବେବି ଧନ ଏବଂ ଯଶର ଅଭାବ ହୋଇ ନଥାଏ।
-ଜନ୍ମାଷ୍ଟମୀ ଦିନ ଧଳା ରଙ୍ଗର ମିଷ୍ଠାନ ବା ସାଗୁ ଦାନାର କ୍ଷୀରି ବା ଚାଉଳର କ୍ଷୀରି ଭଗଵାନ ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାନ୍ତୁ କିନ୍ତୁ କ୍ଷୀରିରେ ଚିନି ବଦଳରେ ମିଶ୍ରିର ପ୍ରୟୋଗ କରନ୍ତୁ ଏବଂ କ୍ଷୀରିରେ ତୁଳସୀ ପତ୍ର ପକାନ୍ତୁ | ଏପରି କରିବା ଦ୍ବାରା ଭଗଵାନ ଶ୍ରୀକୃଷ୍ଣଙ୍କ କୃପାରୁ ଧନ ଏବଂ ଐଶୋର୍ଯ୍ୟ ପ୍ରାପ୍ତି ହୋଇଥାଏ।
-ଦକ୍ଷିଣବର୍ତ୍ତି ଶଙ୍ଖରେ ଜଳ ପୂର୍ଣ୍ଣ କରି ଜନ୍ମାଷ୍ଟମୀ ସକାଳେ ଭଗଵାନ ଶ୍ରୀକୃଷ୍ଣଙ୍କ ଅଭିଷେକ କରନ୍ତୁ ଏବଂ ସାମର୍ଥ୍ୟ ଅନୁସାରେ ମଧ୍ୟ ପଞ୍ଚାମୃତରେ ମଧ୍ୟ ଅଭିଷେକ କରି ପାରିବେ। ଏପରି କରିବା ଦ୍ବାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି।
-ନୂତନ ଜୀବନସାଥି ପାଇବା ପାଇଁ ବା ପ୍ରେମରେ ସଫଳତା ପାଇବା ପାଇଁ ଜନ୍ମାଷ୍ଟମୀ ଦିନ ଭଗଵାନ ଶ୍ରୀକୃଷ୍ଣଙ୍କ ମନ୍ଦିରକୁ ଯାଇ ହଳଦିଆ ରଙ୍ଗର ଫୁଲମାଳ ଅର୍ପଣ କରନ୍ତୁ ଏବଂ ହଳଦିଆ ରଙ୍ଗର ମିଠା, ମହୁ ଏବଂ ଅଳେଇଚ ଭୋଗ ଲଗାନ୍ତୁ। ଜନ୍ମାଷ୍ଟମୀ ଦିନ ରାତ୍ରି ୧୨ଟା ପରେ ଦୁଧରେ କେଶର ମିଶ୍ରିତ କରି ଭଗଵାନ ଶ୍ରୀକୃଷ୍ଣଙ୍କ ଅଭିଷେକ କରନ୍ତୁ।
-ଜନ୍ମାଷ୍ଟମୀ ଦିନ ଭଗଵାନ ଶ୍ରୀକୃଷ୍ଣଙ୍କୁ ପାଣି ଥିବା ନଡ଼ିଆ ଅର୍ପଣ କରନ୍ତୁ ଏବଂ ନିଜ ପ୍ରେମୀ ବା ପ୍ରେମିକାଙ୍କୁ ମନରେ ରଖି ଓମ୍ କ୍ଳିଂ କୃଷ୍ଣାୟ ଗୋପିୟମ ବଲଭାୟ ସ୍ୱାହା ଏହି ମନ୍ତ୍ରର ଜପ କରନ୍ତୁ ଏବଂ ପ୍ରତ୍ୱହ ରାଧାକୃଷ୍ଣଙ୍କ ପ୍ରତିମା ସମ୍ମୁଖରେ ଏହି ମନ୍ତ୍ରର ଜପ ସାମର୍ଥ୍ୟ ଅନୁସାରେ କରନ୍ତୁ। ଏପରି କରିବା ଦ୍ବାରା ପ୍ରେମ ବିବାହ ଏବଂ ଉତ୍ତମ ଜୀବନସାଥି ପ୍ରାପ୍ତି ହୋଇଥାଏ।
-ଯଦି ବହୁତ ଚେଷ୍ଟା ପରେ ମଧ୍ୟ ବ୍ୟବସାୟ ବା ଚାକିରୀରେ ଉନ୍ନତି ହୋଇନାହିଁ, ତାହେଲେ ଜନ୍ମାଷ୍ଟମୀ ଦିନ ନିଜ ଘରକୁ ୭ ଜଣ ଝିଅ ପିଲାଙ୍କୁ ଡାକି ଧଳା ରଙ୍ଗର ମିଷ୍ଠାନ ଏବଂ କ୍ଷୀରି ଖାଇବାକୁ ଦିଅନ୍ତୁ ଏବଂ କିଛି ଉପହାର ବା ଦକ୍ଷିଣ ମଧ୍ୟ ଦିଅନ୍ତୁ। ଏହି ଉପାୟକୁ ଜନ୍ମାଷ୍ଟମୀ ପରେ ଲଗାତାର ୫ଟି ଶୁକ୍ରବାର କରନ୍ତୁ।