କଦଳୀ ଗଛ ଖାଇବାକୁ ଦେବା ବେଳେ କଚାଡି ମାରିଲା ଯଶୋଦା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁନ୍ଦରୀ ବାଘ କୁ ଟ୍ରାଙ୍କୁଳାଇଜ କରିବା ପାଇଁ ଚନ୍ଦକା ରୁ ଅନୁଗୁଳ ଯାଇଥିବା କୁମକୀ ହାତୀ ଯଶୋଦା ଆକ୍ରମଣ ରେ ଆଜି ଜଣଙ୍କର ମୃତ୍ୟୁ ହୋଇଥିବା ର ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଯଶୋଦା ଅନୁଗୁଳ ରେଞ୍ଜ କାର୍ଯ୍ୟାଳୟ ଆଗରେ ବନ୍ଧା ହୋଇଥିଲା । ଏହି ସମୟରେ ନିକଟସ୍ଥ ମାଟିଆ ସାହି ଗ୍ରାମ ର ସୁଦୂର ପ୍ରଧାନ ଯଶୋଦା କୁ କଦଳୀ ଗଛ ଖାଇବାକୁ ଦେଲା ବେଳେ, ଯଶୋଦା ଗଛ ସହ ସୁଦୂର କୁ ଭିଡ଼ିନେଇ କଚାଡି ମାରିଦେଇଛି । ଅନୁଗୁଳ ଡିଫଓ ଙ୍କ ସୂଚନା ଅନୁଯାୟୀ ସୁଦୁର କୁ ହାତୀ ଯଶୋଦା ପାଖକୁ ଯିବାକୁ ବାରଣ କରାଯାଇଥିଲେ ମଧ୍ୟ ସେ ହାତୀ ପାଖକୁ ଯାଇ ଖାଇବାକୁ ଦେଇଥିଲା ।ଏଘଟଣାରେ ରାଜ୍ୟସରକାର ଙ୍କ ତରଫରୁ ସୁଦୁର ମୃତ୍ୟୁ ର କ୍ଷତି ପୁରଣ ବାବଦରେ ୪ଲକ୍ଷ ଟଙ୍କା ର ଅନୁକମ୍ପା ରାଶି ଘୋଷଣା କରାଯାଇଛି।

Leave A Reply

Your email address will not be published.