ଜଟଣୀ ଆଇଆଇସି ୫୦ ହଜାର ଲଞ୍ଚ ନେଇ ଗିରଫ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): କମିଶନରେଟ ପୋଲିସ ପୋଷାକରେ ଲାଗିଲା ଦାଗ । ଜଟଣୀ ଥାନା ଆଇଆଇସି ସଞ୍ଜିବ ମହାନ୍ତିଙ୍କୁ ଗିରଫ କଲା କଟକ ଭିଜିଲାନ୍ସ ଟିମ । ଏକ ଦଫା ଉଠାଇବାକୁ ସୁମିତ ମଙ୍ଗରାଜ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରପଡିଲେ ଥାନାଧିକାରୀ । ଯାହାକି ଆଜି କମିଶନରେଟ ପୋଲିସର ମୁଣ୍ଡ ନୁଆଇଁ ଦେଇଛି ।

ସୂଚନା ଅନୁଯାୟୀ, ଜଟଣୀ ଥାନାଧିକାରୀ ସଞ୍ଜିବ ମହାନ୍ତି, ଜଟଣୀ ଥାନା ଅଧିନସ୍ଥ କୁଦିଆରିର ସୁମିତ ମଙ୍ଗରାଜଙ୍କ ଉପରେ ଲାଗିଥିବା ୧୧୦ ଦଫା ଉଠାଇବାକୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ସୁମିତ ଏତେ ଟଙ୍କା ଦେବାକୁ ସାମର୍ଥ୍ୟ ନଥିବା ଦର୍ଶାଇବାରୁ ୫୦ ହଜାର ଟଙ୍କାରେ ଥାନାଧିକାରୀ ରାଜି ହୋଇଥିଲେ । ମାତ୍ର ଲାଞ୍ଚ ଦେବା ବଦଳରେ ଅଭିଯୋଗକାରୀ ଜଣଙ୍କ ଏ ସମ୍ପର୍କରେ ଭିଜିଲାନ୍ସ କୁ ସବୁକଥା ଜଣାଇଥିଲେ କରାଇଥିଲେ । କଟକ ଭିଜିଲାନ୍ସ ର ଯୋଜନା ମୁତାବକ ସୁମିତ ଆଜି ୫୦ ହଜାର ଟଙ୍କା ନେଇ ଥାନାରେ ପହଞ୍ଚି ଥାନାଧିକାରୀ ସଞ୍ଜିବ ମହାନ୍ତିଙ୍କୁ ଦେଇଥିଲେ । ଠିକ ସେହି ସମୟରେ ଭିଜିଲାନ୍ସ ଟିମ ସଞ୍ଜିବଙ୍କୁ ଲାଞ୍ଚ ନେବା ଅଭିଯୋଗର ଗିରଫ କରିଥିଲେ । ଏହାପରେ ଭିଜିଲାନ୍ସ ତାଙ୍କ ବାସଭବନ ଚଢ଼ାଉ କରି ନଗଦ ୫ ଲକ୍ଷ ଟଙ୍କା, ୨ଟି ପାସବୁକ୍‌, ସୁନାଗହଣା, ବ୍ୟାଙ୍କ ଲକର୍‌ ଚାବି ମଧ୍ୟ ପାଇଛି ।

ଜଟଣୀ ଥାନାଧିକାରୀ ସଞ୍ଜିବ ମହାନ୍ତି ଗିରଫ ଖବର ପ୍ରଚାରିତ ହେବାପରେ ତାଙ୍କ ଦ୍ୱାରା ପ୍ରତାରିତ ଜନତା ଥାନା ସମ୍ମୁଖରେ ଜମା ହୋଇଥିଲେ ଓ ତାଙ୍କ ପ୍ରତି ଥିବା ଅସନ୍ତୋଷ ବ୍ୟକ୍ତ କରିଥିଲେ । ଜଟଣୀ ଥାନା ସମ୍ମୁଖରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଭିଜିଲାନ୍ସ ଟିମ ଆଇଆଇସିଙ୍କୁ କୌଶଳକ୍ରମେ ଥାନା ପଛପଟୁ ନେଇଯାଇଥିଲେ ।

Leave A Reply

Your email address will not be published.