ଜୟନରାୟଣ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବରଗଡ ଜିଲ୍ଳା ବନାବିରା ଗୁଳିକାଣ୍ଡ ଘଟଣାରେ ଛନ୍ଦି ହୋଇ ଜେଲ ରେ ଥିବା ବିଜେପି ବରିଷ୍ଠ ନେତା ଜୟନରାୟଣ ମିଶ୍ର ରବିବାର ଜେଲରେ ଅସୁସ୍ଥ ଅନୁଭବ କରିବାରୁ କୋର୍ଟ ଙ୍କ ଅନୁମତି କ୍ରମେ ତାଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲ ଓ ପରେ ତାଙ୍କୁ ବୁର୍ଲା ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା ।

ତାଙ୍କର କ୍ରିଟନିନ ୨.୯ରହିଛି।ପୂର୍ବରୁ ଶ୍ରୀ ମିଶ୍ରଙ୍କ କିଡନୀ ସମସ୍ୟା ଥିବାରୁ ଏହା ତାଙ୍କ ପାଇଁ କ୍ଷତି କାରକ ବୋଲି ଡାକ୍ତର କହିଛନ୍ତି। ଭିମସାର ର କିଡନୀ ରୋଗ ବିଶେଷଜ୍ଞ ନଥିବାରୁ ଓ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ ଆଜି କଟକ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଶ୍ରୀ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି।

Leave A Reply

Your email address will not be published.