ଭାଷଣ ବେଳେ କାଶି କାଶି ବେଦମ ହେଲେ ଜୋ ବାଇଡେନ: ସ୍ୱ।ସ୍ଥ୍ୟକୁ ନେଇ ଆଶଙ୍କା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆମେରିକା ନିର୍ବାଚନ ମଣ୍ଡଳ ସୋମବାର ଜୋ ବାଇଡେନଙ୍କୁ ବିଜୟୀ ଘୋଷଣା କରିଛି। ତେବେ ତାଙ୍କର ପ୍ରଥମ ଭାଷଣ ବେଳେ କାଶ ରୋକି ନଥିଲା। ଏବେ ଦେଶବାସୀଙ୍କୁ ତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତାରେ ପକାଇଛି। ବାଇଡେନ ଓ ଉପରାଷ୍ଟ୍ରପତି କମଲା ହ୍ୟରିସ୍‌ଙ୍କୁ ଚୂଡ଼ାନ୍ତ ବିଜୟୀ ଘୋଷଣା କରାଯାଇଥିବା ବେଳେ ନବନିର୍ବାଚିତ ରାଷ୍ଟ୍ରପତି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।

ସୂଚନାଯୋଗ୍ୟ, ୮୧ ନିୟୁତରୁ ଅଧିକ ଦେଶବାସୀ ବାଇଡେନ ଓ ହ୍ୟାରିସ୍‌ଙ୍କୁ ସେମାନଙ୍କର ନେତା ନିର୍ବାଚିତ କରିଛନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦିଆଯାଇଥିବା ଭୋଟରୁ ଏହା ୭ ଲକ୍ଷରୁ ମଧ୍ୟ ଅଧିକ ଭୋଟ। ତେବେ ବାଇଡେନ ଭାଷଣ ଶେଷ ପର୍ଯ୍ୟନ୍ତ କାଶିବା ଓ ଛିଙ୍କିବାରେ ବ୍ୟସ୍ତ ଥିଲେ। ଯାହା ଏବେ ଦେଶର ସୋସିଆଲ ମିଡିଆରେ ଭାଇରଲ ହେଉଛି।

Leave A Reply

Your email address will not be published.