ପୁଲିସ ଉପସ୍ଥିତିରେ କଲେଜ କ୍ୟାମ୍ପସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତରପ୍ରଦେଶ ଝାନ୍‌ସୀର ଏକ ପଲିଟେକ୍ନିକ୍ କଲେଜରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ହୋଇଛି। କଲେଜରେ ଉତ୍ତରପ୍ରଦେଶ ପ୍ରଶାସନିକ ସେବା ପରୀକ୍ଷା ଚାଲିଥିବା ବେଳେ କ୍ୟାମ୍ପସ୍‌ରେ ପୁଲିସଙ୍କ ଉପସ୍ଥିତିରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା। ପୀଡ଼ିତାର ଅଭିଯୋଗ ଅନୁଯାୟୀ, ସେ କଲେଜ ପାଖକୁ ଏକ ସାଙ୍ଗକୁ ଭେଟିବାକୁ ଯାଇଥିବା ବେଳେ ପ୍ରାୟ ୧୨ ଜଣ ପିଲା ତାଙ୍କୁ ଜବରଦସ୍ତି କଲେଜ ହଷ୍ଟେଲ୍ ଭିତରକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ।

ଏହାଛଡ଼ା ପୀଡ଼ିତାଙ୍କଠାରୁ ୨ହଜାର ଟଙ୍କା ଛଡେଇ ନେବା ସହ ଅଶ୍ଲୀଳ ଭିଡ଼ିଓ ମଧ୍ୟ ରେକର୍ଡ କରିଥିଲେ। ଭେଟିବାକୁ ଆସିଥିବା ତାଙ୍କ ସାଙ୍ଗକୁ ମଧ୍ୟ ଅଭିଯୁକ୍ତମାନେ ମାଡ଼ ମାରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ସେହିପଟେ ଯାଉଥିବା କିଛି ପୁଲିସ କର୍ମୀ ପୀଡ଼ିତାଙ୍କ କାନ୍ଦ ଶୁଣି ତାଙ୍କୁ ଉଦ୍ଧାର କରିଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ ୮ ଜଣଙ୍କୁ ଗିରଫ କରାଯାଇଥିବା ଝାନ୍‌ସୀ ଆରକ୍ଷୀ ଅଧୀକ୍ଷକ ଦିନେଶ କୁମାର ସୁଚନା ଦେଇଛନ୍ତି।

Barta
Sikhsya

Leave A Reply

Your email address will not be published.