ଝାଡ଼ଖଣ୍ଡ ସରକାରଙ୍କ ଘୋଷଣା, ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଝାଡଖଣ୍ଡ ସରକାର ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ କରିବେ ବୋଲି ଜଣାପଡିଛି। ବୁଧବାର ଏଠାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହାଫଳରେ ରାଜ୍ୟର ପ୍ରାୟ ୯ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ଆକଳନ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ଚଳିତ ବଜେଟରେ ୨୦୦୦ କୋଟି ଟଙ୍କାର ବ୍ୟୟବରାଦ ମଧ୍ୟ କରିଛନ୍ତି। ଯେଉଁ ଚାଷୀ ଋଣ ଅର୍ଥର ସର୍ବନିମ୍ନ ଗୋଟିଏ କିସ୍ତି ପରିଶୋଧ କରିଥିବେ, ସେଭଳି ଚାଷୀଙ୍କୁ ଏହି ସୁବିଧା ମିଳିବ ବୋଲି କୃଷି ସଚିବ ସୂଚନା ଦେଇଛନ୍ତି।
ଋଣଛାଡ ସୁବିଧା ପାଇବାକୁ ହେଲେ ସଂପୃକ୍ତ ଚାଷୀଙ୍କୁ ବ୍ୟାଙ୍କ ସହ ଅନୁବନ୍ଧିତ ହୋଇଥିବା ନିଜର ରାସନ ଓ ଆଧାର କାର୍ଡ ଦାଖଲ କରିବାକୁ ପଡିବ। ଏହାବ୍ୟତୀତ କ୍ୟାବିନେଟ ବୈଠକରେ ‘ଫସଲ ରାହତ୍ ଯୋଜନା’କୁ ମଧ୍ୟ ମଞ୍ଜୁରୀ ମିଳିଛି। ତଦନୁଯାୟୀ ପ୍ରାକୃତିକ ଦୁର୍ବିପାକ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଶସ୍ୟହାନି ଯୋଜନାରେ ସରକାର ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡିଛି।

Leave A Reply

Your email address will not be published.