ସଞ୍ଜୟ ଦାସବର୍ମାଙ୍କ ଉପସ୍ଥିତିରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ମହାମାରୀ ସାରା ବିଶ୍ବକୁ କବଳିତ କରିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିଲେ ବିଜୁ ଜନତା ଦଳର କର୍ମୀ ଓ ଶୁଭେଚ୍ଛୁ, ଜୀବନ ବିନ୍ଦୁ ମାଧ୍ୟମରେ ରକ୍ତଦାନ କରି ସମାଜପାଇଁ ଉଦାହରଣ ସୃଷ୍ଟି କରନ୍ତୁ। କେହି ଜଣେ ବି ବ୍ୟକ୍ତି ରକ୍ତ ଅଭାବରୁ ସ୍ବାସ୍ଥ୍ୟ ଗତ ସମସ୍ୟା ରେ ସମୁଖୀନ ନ ହୁଅନ୍ତି , ଏହାକୁ ନିଶ୍ଚିନ୍ତ କରିବା ଆଜି ଆମର କର୍ତ୍ତବ୍ୟ ଓ ଦାଇତ୍ୱ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ଆହ୍ୱାନକୁ ସଫଳ କରିବା ପାଇଁ ଉଦ୍ୟମ ଜାରିରହିଛି।

ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକର ଆୟୋଜିତ ବିଜୁ ଯୁବ, ଛାତ୍ର ଜନତାଦଳର କର୍ମୀମାନେ ଆଜି ପଣାପଡିଆ ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ଯୋଗଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହିଅବସରରେ ବିଜୁ ଛାତ୍ରଜନତା ଦଳର ରାଜ୍ୟ ସଭାପତି ରାଣା ପ୍ରତାପ ପାତ୍ର, କୃଷ୍ଣ ପ୍ରସାଦ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀଧର ସାହୁ, ବ୍ରହ୍ମଗିରି ବ୍ଲକ ସଭାପତି ବିଦ୍ୟାଧର ସ୍ବାଇଁ, ଜିଲ୍ଲା ପରିଷଦ ସଦସ୍ୟା ପ୍ରଭାତୀ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡା, କୃଷ୍ଣପ୍ରସାଦ ବ୍ଳକ୍ ଉପାଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଯୁବ ନେତା ଅଭୟ ତରେୟୀ ଦିଲିପ ରଣସିଙ୍ଗ୍, ପ୍ରଭାକର ବିଶ୍ବାଳ, ଅଜୟ କୁମାର ପଲେଇ, ପ୍ରଦିପ ମାଝି,ପ୍ରସାନ୍ତ ଜେନା ଏବଂ ଛାତ୍ର ନେତା ସାନ୍ତ୍ଵନୁ ମାଝୀ, ଶୁସିଲ କୁମାର ଜେନା ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୧୨୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

Leave A Reply

Your email address will not be published.