ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ଵରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ଜୀବନ ପଦ୍ମ ଧରିଛନ୍ତି। ବିଜେପିରେ ଯୋଗ ଦେବାପରେ ମୁଁ ଘରକୁ ଫେରିଥିବାରୁ ବହୁତ ଖୁସି ବୋଲି ଜୀବନ କହିଛନ୍ତି।
ସୂଚନାଯୋଗ୍ୟ, ବାଲେଶ୍ୱର ଉପନିର୍ବାଚନ ପରେ ଜୀବନ ବିଜେଡିରୁ ବହିଷ୍କୃତ ହୋଇଥିଲେ। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ଦଳରୁ ବିଦା କରାଯାଇଥିଲା।