ବରିଷ୍ଠ ହାସ୍ୟ ଅଭିନେତା ଜିମୂତ ପଟ୍ଟନାୟକଙ୍କ ପରଲୋକ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):  ବରିଷ୍ଠ ହାସ୍ୟାଭିନେତା ଜିମୂତ ପଟ୍ଟନାୟକ ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ନିମୋନିଆରେ  ଆକ୍ରାନ୍ତ ହୋଇ ପ୍ରାୟ ୧୦ ଦିନ ହେଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଜିମୂତ ପଟ୍ଟନାୟକ ନିକଟରେ ସେ ‘ମହାଦେବୀ’ ଧାରାବାହିକରେ ଅଭିନୟ କରୁଥିଲେ । ‘କଥା କହୁଥିଲେ ସରିବନି’, ‘ମା’, ‘ସିନ୍ଦୂର’, ‘ଲକ୍ଷ୍ମୀ ପୁରାଣ’ ଭଳି ବହୁ ଧାରାବାହିକରେ ସେ ଚମତ୍କାର ଅଭିନୟ କରିଥିଲେ। ‘ଲକ୍ଷ୍ମୀପୁରାଣ’ରେ ନାରଦ ଚରିତ୍ରରେ ତାଙ୍କର ଜୀବନ୍ତ ଅଭିନୟ ଲୋକଙ୍କ୍ ମନରେ ଆଯିବି ରହିିିଛି।

ହାସ୍ୟ ଅଭିନେତା ଜିମୂତ ୧୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ସଫଳତା ହାସଲ କରିଥିଲେ । ସେ ବନ୍ଧୁ ବିଶିଷ୍ଟ ନିର୍ଦ୍ଦେଶକ ହରିଶ ମହାନ୍ତିଙ୍କର ପ୍ରତ୍ୟେକ ଧାରାବାହିକରେ ଅଭିନୟ କରିଥିଲେ । ଏକାଠି ଦୁହେଁ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ଅଭିନୟ କରିବା ସହିତ ମଞ୍ଚ ନାଟକରେ ଅଭିନୟ କରି ଲୋକପ୍ରିୟ ହୋଇପାରିଥିଲେ । ନାଟକ ‘ସମାଧାନ’, ‘ଲଙ୍କାପୁରର କାହାଣୀ’ ଇତ୍ୟାଦି ଶତାଧିକ ନାଟକରେ ଅଭିନୟ କରିଥିଲେ ।  ପୁଲିସ ବିଭାଗରେ ଚାକିରି କରି ଅବସର ନେବା ପରେ ବି ସେ ତାଙ୍କର ଅଭିନୟ ଜାରି ରଖିଥିଲେ । ତାଙ୍କ ପରଲୋକରେ ଓଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.