ଜେକେ ପେପର୍ ମିଲ୍‌ରେ ଶ୍ରମିକ ଅଶାନ୍ତି

0

ରାୟଗଡ଼ା ଜେ.କେ. ପେପର୍ ମିଲ୍‌ରେ ଶ୍ରମିକ ଅଶାନ୍ତି ତୀବ୍ର ହେବାରେ ଲାଗିଛି । ଜଣେ ଶ୍ରମିକଙ୍କ ନିଲମ୍ବନ ପ୍ରତିବାଦରେ ବହୁ ସଂଖ୍ୟାରେ ଶ୍ରମିକ ଆଜି କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ଫଳରେ କମ୍ପାନୀ କାମ ସାଂଘାତିକ ଭାବେ ପ୍ରଭାବିତ ହୋଇଛି ।କାର୍ଯ୍ୟରେ ଅବହେଳାକୁ ନେଇ ଗତ ୧୩ ତାରିଖରେ ଜଣେ ଠିକା ଶ୍ରମିକକୁ କମ୍ପାନୀ କର୍ତ୍ତୃପକ୍ଷ ନିଲମ୍ବନ କରିଥିଲେ । ଏହାର ପ୍ରତିବାଦ କରିବା ସହ ତାଙ୍କୁ ପୁନଃ ନିଯୁକ୍ତି ଓ ବକେୟା ବୋନସ୍ ଟଙ୍କା ପ୍ରଦାନ ଦାବିରେ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ୨ ନମ୍ବର ଗେଟ୍ ଆଗରେ ସେମାନେ ସକାଳ ୮ଟାରୁ ଧାରଣାରେ ବସିଛନ୍ତି । ସେପଟେ ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିବା କଂପାନୀ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.