ଯୋଡି ନମ୍ବର ୱାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନବୀନ ପଟ୍ଟନାୟକ ଓଡିଶା ରାଜନୀତିର ଏକ ଅବିସ୍ମରଣୀୟ ଚେହେରା । ଯାହା ପାଇଁ କୌଣସି ଉପସ୍ଥାପନାର ଆବଶ୍ୟକତା ନାହିଁ । ଗୋଟିଏ ରାଜନେତା ସେତିକି ବେଳେ ଆହୁରି ଭଲ କାର୍ଯ୍ୟ କରିପାରିଥାଏ ଯେତେବେଳେ ପ୍ରଶାସନ ସମ୍ପୂର୍ଣ୍ଣ ତାଙ୍କ ନିୟନ୍ତ୍ରଣରେ ଥାଏ ଏବଂ ତାଙ୍କ ନିର୍ଦ୍ଦେଶ ମାନି ଥାଏ । ଆଉ ସେହି କଥାକୁ ସଫଳ ଭାବେ କରିବା ପାଇଁ ଦକ୍ଷ ପ୍ରଶାସକ ଏକାନ୍ତ ଅପରିହାଯ୍ୟ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟ ପଣ୍ଡିଆନ କେବଳ ରାଜ୍ୟରେ ନୁହନ୍ତି ଦେଶର ଅନ୍ୟତମ ଶ୍ରେଷ୍ଠ ପ୍ରଶାସକ ମାନଙ୍କ ମଧ୍ୟରୁ ଜଣେ ।

ନିର୍ବାଚନ ସରିଯାଇଛି । ବାତ୍ୟା ଫନି କାର୍ଯ୍ୟ ତ୍ୱରାନ୍ୱିତ ଗତିରେ ଚାଲିଛି । ଏ ସମୟରେ ଏକ ବିଶେଷ ହାଲୁକା ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଛି । ଆଉ ଏହି ଫଟୋକୁ ନେଇ ଛୁଟିଚାଲିଛି ଅନେକ ଲାଇକ, ଶେଆର ଓ ଶୁଭକାମନାର ସୁଅ ।

ସୂଚନାଯୋଗ୍ୟ, ୨୦୧୨ମସିହାରୁ ପ୍ୟାରୀବାବୁଙ୍କ ପରେ ପ୍ରଶାସନିକ ସମସ୍ତ ଦାୟିତ୍ୱ ଖୁବ ସଫଳ ଭାବେ ପଣ୍ଡିଆନ ତୁଲାଇ ଆସୁଛନ୍ତି । ୨୦୧୪ରେ ସମଗ୍ର ଦେଶରେ ମୋଦି ଲହେର ଥିବା ବେଳେ ଓଡ଼ିଶାରେ ପଣ୍ଡିଆନଙ୍କ ରାଜନୈତିକ ଷ୍ଟାଟଜି କାମ କରିଥିଲା । ଏଠାରେ ମୋଦି ଲହର ନବୀନଙ୍କ ମ୍ୟାଜିକରେ ପରିଣତ ହୋଇଥିଲା । ୨୦୧୯ ମସିହାରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଟିମର ଘନ ଘନ ଓଡିଶା ଗ୍ରସ୍ତ ଭେଦ କରିପାରିନଥିଲା ନବୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ସୁରକ୍ଷା କବଚକୁ । କେବଳ କିଛି ଲୋକସଭା ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା ବିଜେପିକୁ । ଏହି ସବୁର ଶ୍ରେୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଇଲେକ୍ସନ ଷ୍ଟାଟେଜିକୁ ଯାଉଛି ବୋଲି ରାଜନୈତିକ ମହଲରେ ନିର୍ବାଚନୀ ଫଳାଫଳ ପରେ ଚର୍ଚ୍ଚା ଚାଲିଛି । କାହିଁକିନା ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେପି ଏଥର ରାଜ୍ୟରେ ସରକାର ଗଠନ କରିବ ବୋଲି ଯେଉଁ ଦମ୍ଭକ୍ତି ପ୍ରକାଶ କରୁଥିଲା ତାହା ପାଣିର ଗାରରେ ପରିଣତ ହୋଇଥିଲା ଏହି ପ୍ରଶାସନିକ ଅଧିକାରୀଙ୍କ ପ୍ଲାନ ପାଇଁ । ଓଡ଼ିଶାର ଗରିବ ଓ ଚାଷୀଙ୍କ ପାଇଁ ହୋଇଥିବା ‘ଆହାର’ ଓ ‘କାଳିଆ’ ଭଳି ଯୋଜନା ମଧ୍ୟ ଏହି ପ୍ରଶାସନିକ ଅଧିକାରୀଙ୍କ ମସ୍ତିଷ୍କର ଉତ୍ପଜ ବୋଲି କୁହାଯାଏ ।

Leave A Reply

Your email address will not be published.