ଓଡିଶାରେ ପ୍ରଥମ: କରୋନାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ସାମ୍ବାଦିକଙ୍କ ଆଜି ମୃତ୍ୟୁ ଘଟିଛି। ଓଡ଼ିଶାରେ କରୋନାରେ ଏପର୍ଯ୍ୟନ୍ତ ୬୧ଜଣଙ୍କ ମୃତ୍ୟୁ ଘଟିଥିବାବେଳେ କୌଣସି କାର୍ଯ୍ୟରତ ସାମ୍ବାଦିକଙ୍କ ରାଜ୍ୟରେ ପ୍ରଥମ ମୃତ୍ୟୁ। ମୃତକ ଜଣକ ହିଞ୍ଜିଳୀର ଜଣେ ସାମ୍ବାଦିକ ବୋଲି ସୂଚନା ମିଳିଛି। କୁହାଯାଉଛି ବ୍ୟକ୍ତି ଜଣକ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର କେଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି।

ତେବେ ତଙ୍କର ମୃତ୍ୟୁକୁ ନେଇ ସରକାରୀ ସ୍ତରରେ ଘୋଷଣା ହୋଇନାହିଁ। ମୃତ ସାମ୍ବାଦିକ ଜଣକ ଏକ ଦୈନକ ଖବର କାଗଜର ସାମ୍ବାଦିକ ଥିଲେ। କରୋନାରେ ମୃତ୍ୟୁବରଣ କରିବାରେ ସେ ରାଜ୍ୟର ପ୍ରଥମ ସାମ୍ବାଦିକ ହୋଇଥିବାରୁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

SOA

Leave A Reply

Your email address will not be published.