ସାମାଜିକ ବିକାଶ କାର୍ଯ୍ୟକ୍ରମ ପାଇଁ ଜେଏସପିଏଲ ଫାଉଣ୍ଡେସନକୁ ପ୍ରଦାନ ମିଳିଲା ଓଡିଶା ଉକ୍ରର୍ଷ ସମ୍ମାନ

0

ଭୂବନେଶ୍ୱର, ଅକ୍ଟୋବର ୧୫ -ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାର ଲିମିଟେଡ୍ (ଜେଏସପିଏଲ)ର ସିଏସଆର ଶାଖା
ଭାବରେ କାର୍ଯ୍ୟ କରୁଥିବା, ଜେଏସପିଏଲ ଫାଉଣ୍ଡେସନକୁ ଓଡିଶା ଉକ୍ରର୍ଷ ସମ୍ମାନ
୨୦୧୮ ସମ୍ମାନରେ ସମ୍ମାନୀତ କରାଯାଇଛି । ଓଡିଆ ମିଡିଆ ପକ୍ଷରୁଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର
ଗଣେଷୀ ଲାଲ ଏହି ସମ୍ମାନ ଫାଉଣ୍ଡେସନର ସଂପାଦକ ତଥା ଜେଏସପିଏଲର ସିଏସଆର୍
ଗ୍ରୁପ୍ ମୂଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ହୋତାଙ୍କୁ ପ୍ରଦାନ କରିଥିଲେ । ଏହି
କାର୍ଯ୍ୟକ୍ରମରେ ବିଶିଷ୍ଠ ସ୍ୱାଧିନତା ସଂଗ୍ରାମୀ ଶ୍ରୀ ଗୌର ହରି ଦାସ
ଉପସ୍ଥିତ ଥିଲେ । ସାମାଜିକ ବିକାଶ କାର୍ଯ୍ୟକ୍ରମ ନିମନ୍ତେ ଜେଏସପିଏଲ
ଫାଉଣ୍ଡେସନକୁ ଏହି ସମ୍ମାନ ନିମନ୍ତେ ଚୟନ କରାଯାଇଥିଲା ।
ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ନିମନ୍ତେ ଜେଏସପିଏଲ
ଫାଉଣ୍ଡେସନ ପକ୍ଷରୁ ଶିକ୍ଷା, ସ୍ୱାସ୍ଥ୍ୟ, ଭିତିଭୂମି ବିକାଶ, ମହିଳା ସଶକ୍ତିକରଣ,
କୌଶଳ ବିକାଶ, କଳା ଓ ସଂସ୍କୃତି ଆଦି କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ
ଗ୍ରହଣ କରାଯାଇଛି । ଏହାର ସହ ଅଧ୍ୟକ୍ଷା ଶ୍ରୀମତି ଶାଲୁ ଜିନ୍ଦଲଙ୍କ ନେତୃତ୍ୱରେ
ଏହି ଫାଉଣ୍ଡେସନ ୧୫ ଲକ୍ଷରୁ ଅଧିକ ଲୋକମାନଙ୍କ ନିକଟରେ ଫାଉଣ୍ଡେସନ ପହଂଚି
ପାରିଛି ।
ଏହି ଅବସରରେ ଜେଏସପିଏଲ ଫାଉଣ୍ଡେସନର ସହ-ଅଧ୍ୟକ୍ଷା ଶ୍ରୀମତି ଶାଲୁ ଜିନ୍ଦଲ
କହିଥିଲେ ଯେ, କିଶୋରୀ ଏକ୍ସପ୍ରେସ୍ ଓ ଜଳଛାୟା ପ୍ରକଳ୍ପ ଭଲି କିଛି
କାର୍ଯ୍ୟକ୍ରମ ଦ୍ୱାରା ଜେଏସପିଏଲ ଫାଉଣ୍ଡେସନ ଲୋକମାନଙ୍କ ଜୀବନଧାରଣ ମାନରେ
ଉନ୍ନତି ଆଣି ପାରିଛି । ଲୋକମାନଙ୍କ ସହଯୋଗ ଓ ସହଭାଗିତା ନିମନ୍ତେ ସେ
ଓଡିଶାବାସୀଙ୍କୁ ଧନ୍ୟବାଦ ଦେଇଥିଲେ ।
ଏକମାତ୍ର କର୍ପୋରେଟ୍ ଫାଉଣ୍ଡେସନ ଭାବରେ ଜେଏସପିଏଲ ଫାଉଣ୍ଡେସନ ଏହି
କାଯର‌୍ୟକ୍ରମରେ ସମ୍ମାନୀତ ହୋଇଥିଲା । ଓଡିଶାର ସୁନ୍ଦରଗଡ, ଅନୁଗୂଳ ଓ
କେନ୍ଦୁଝର ସମେତ ଛତିଶଗଡ ଏବଂ ଝାରଖଣ୍ଡର ବିଭିନ୍ନ ଅଂଚଳରେ
ଜେଏସପିଏଲ କାର୍ଯ୍ୟ କରିଆସୁଛି ।
ନିକଟରେ ଦିଲ୍ଲୀଠାରେ ଏନଜିଓବକ୍ସ ଦ୍ୱାରା ଜେଏସପିଏଲ ଫାଉଣ୍ଡେସନକୁ
ସିଏସଆର ଇମ୍ପାକ୍ଟ ସମ୍ମାନ ପ୍ରସାନ କରାଯାଇଥିାବା ବେଳେ, ଓଡିଶା
ସିଏସଆର ଫୋରମ ପକ୍ଷରୁ ସିଏସଆର କମ୍ୟୁନିଟି ଇନିସିଏଟିଭ୍ ସମ୍ମାନ
ପ୍ରସାନ କରାଯାଇଥିଲା ।

Leave A Reply

Your email address will not be published.