ପୁରୀ ରଥଯାତ୍ରାରେ ଜେଏସପିଏଲ ଫାଉଣ୍ଡେସନ ତରଫରୁ ୧୦ ଦିନ ପର୍ଯ୍ୟନ୍ତ ଚାଲିବ ଭକ୍ତସେବା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ର କର୍ପୋରେଟ ସାମାଜିକ ଅନୁଷ୍ଠାନ ଜେଏସପିଏଲ ଫାଉଣ୍ଡେସନ୍ ପକ୍ଷରୁ ପୁରୀ ରଥ ଯାତ୍ରାରେ ଭକ୍ତ ମାନଙ୍କ ମଧ୍ୟରେ ରନ୍ଧାଖାଦ୍ୟ ଓ ଥଣ୍ଡା ପାନୀୟ ଜଳ ବଣ୍ଟନ, ଜିଲ୍ଲା ପ୍ରସାଶନ ସହଭାଗିତାରେ ୭୦୦୦ ଗ୍ଲୁକୋଜ୍ ପ୍ୟାକେଟ୍ ବଣ୍ଟନ ଆଦି ବିଭିନ୍ନ ସେବା ଭକ୍ତମାନଙ୍କୁ ପ୍ରଦାନ କରାଯାଇଛି ।

ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଦିନ ୧୦୦୦୦ରୁ ଅଧିକ ଲୋକମାନଙ୍କୁ ରନ୍ଧାଖାଦ୍ୟ ପ୍ରାଦାନ କରାଯାଇଥିବା ବେଳେ, ରଥଯାତ୍ରାର ୧୦ ଦିନ ମଧ୍ୟରେ ସମୁଦାୟ ୫୦୦୦୦ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରାଦାନ କରାଯିବା ପାଇଁ ଫାଉଣ୍ଡେସନ୍ ପକ୍ଷ୍ୟରୁ ଲକ୍ଷ ରଖାଯାଇଛି ।

ରେଳଷ୍ଟେସନ ନିକଟରେ ଥିବା ପୂର୍ବତଟ ରେଲୱେ ଶ୍ରମିକ ୟୁନିୟନ କାର୍ଯ୍ୟଳୟ ପରିସରେ
ଆୟୋଜିତ ଏକ ଅସ୍ଥାୟୀ ଶିବିରରେ ଭକ୍ତମାନଙ୍କୁ ଅନ୍ନ, ଡାଲମା ଓ ଖଟା ପରିବେଷଣ
କରାଯାଇଥିଲା । ଜେଏସପିଏଲ ଫାଉଣ୍ଡେସନ୍ର ଏହି ସେବାକୁ ରଥଯାତ୍ରାକୁ ଆସିଥିବା ଭକ୍ତମାନେ ଖୁବ ପ୍ରଶଂସା କରିଥଲେ ।

ଜିଲ୍ଲା ପ୍ରଶାସନ ସହଭାଗିତରେ ରଥଯାତ୍ରା ଦିନ ଜେଏସପିଏଲ ଫାଉଣ୍ଡେସନ୍ ପକ୍ଷରୁ ୭୦୦୦
ଗ୍ଲୁକୋଜ ପ୍ୟାକେଟ ଭକ୍ତମାନଙ୍କୁ ପ୍ରଦାନ କରାଯାଇଥିଲା । ଜେଏସପିଏଲ ଫାଉଣ୍ଡେସନ୍ର
ସାଧାରଣ ସଂପାଦକ ତଥା ଜେଏସପିଏଲର ଗ୍ରୁପ୍ ସିଏସଆର ମୂଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ହୋତା, ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥାର ନିର୍ବାହୀ ଯନ୍ତ୍ରୀଙ୍କୁ ଏହି ପ୍ୟାକେଟ ଗୁଡିକ ପ୍ରଦାନ କରାଯାଇଥିଲା । ଏହି ପ୍ୟାକେଟ ଗୁଡିକୁ
ଶ୍ରୀଗୁଣ୍ଡିଚା ଦିନ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା ।

ଏହା ବ୍ୟତିତ, ଜେଏସପିଏଲ ଫାଉଣ୍ଡେସନ୍ ପକ୍ଷରୁ ନିୟୋଜିତ ୧୦୦୦ ଲିଟର କ୍ଷମତା ବିଶିଷ୍ଟ
ଏକ ଭ୍ରାମ୍ୟମାଣ ଜଳ ଟ୍ୟାଙ୍କରରେ ଲୋକମାନଙ୍କୁ ଥଣ୍ଡା ପାନୀୟ ଜଳ ପ୍ରଦାନ କରାଯାଉଛି ।
ଜେଏସପିଏଲ ଫାଉଣ୍ଡେସନ୍ ଦ୍ୱାରା ପ୍ରଦାନ କରାଯାଉଥିବା ଏହି ରନ୍ଧାଖାଦ୍ୟ ସେବା ଆସନ୍ତା
ବାହୁଡା ଓ ସୁନାବେଶ ଦିନ ମଧ୍ୟ ଚାଲୁ ରହିବ । ଭ୍ରାମ୍ୟମାଣ ଜଳ ଟ୍ୟାଙ୍କର ମାଧ୍ୟମରେ, ଥଣ୍ଡା
ପାନୀୟ ଜଳ ବଣ୍ଟନ ମଧ୍ୟ ସୁନାବେଶ ପର୍ଯ୍ୟନ୍ତ ୧୦ ଦିନ ଧରି ଚାଲୁ ରହିବ ।

Leave A Reply

Your email address will not be published.