ଜୁନ୍ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ମନ୍ତ୍ର ଦେଇଛନ୍ତି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଦିଗରେ ଜୁନ୍ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଆତ୍ମସଂଯମ ହିଁ ଏକମାତ୍ର ବିକଳ୍ପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହିତ ସରକାରଙ୍କ ଲକଡାଉନ-ସଟଡାଉନ୍ ଥାଉ କି ନଥାଉ ସମସ୍ତେ ଯଦି ‘ସେଲଫ୍ ଲକଡାଉନ୍‌’ରେ ରହିବେ ତା’ହେଲେ କରୋନାକୁ ନିୟନ୍ତ୍ରଣ କରିହେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଜୀବନଜୀବିକା ଉଭୟ ଆମପାଇଁ ଗୁରୁତ୍ୱପୂର୍ଣ୍ଣ। ଜୀବିକା ନିମନ୍ତେ ଜୀବନ ପ୍ରତି ଯେଭଳି ବିପଦ ସୃଷ୍ଟି ନହେବ ସେଥିପାଇଁ ୫ଟି ଦିଗ ପ୍ରତି ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଛନ୍ତି। ଜୁନ୍ ମାସ ୧୦ତାରିଖରେ ମୌସୁମୀ ଋତୁ ଆରମ୍ଭ ହେଉଥିବାରୁ ଥଣ୍ଡା,କାଶ, ଜ୍ୱର ଆଦି ହେବ। ସେଥିପ୍ରତି ସତର୍କ ରହିବାକୁ ପଡ଼ିବ। ଏବେ ଆମ ରାଜ୍ୟକୁ ପ୍ରାୟ ୫ଲକ୍ଷ ପ୍ରବାସୀ ଶ୍ରମିକ ଫେରିଥିବାରୁ କରୋନା ସଂକ୍ରମଣ ଆଶଙ୍କା ଅଧିକ ବଢ଼ିଯାଇଛି । ତେଣୁ ଜୁନ୍ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କର୍ଫ୍ୟୁ, ଲକଡାଉନ୍ ଓ ସଟଡାଉନ୍ ନିୟମକୁ ପାଳିବା ପାଇଁ ପରାମର୍ଶ ଦେଇଛନ୍ତି।

-ଘରେ ରୁହନ୍ତୁ, ଜରୁରୀ କାମ ନଥିଲେ ବାହାରକୁ ଯାଆନ୍ତୁ ନାହିଁ ।

-ବାହାରକୁ ଯିବାବେଳେ ମୁହଁରେ ମାସ୍କ ନିଶ୍ଚୟ ପିନ୍ଧନ୍ତୁ। ଏହାଦ୍ୱାରା ୯୦ପ୍ରତିଶତ କରୋନା ସଂକ୍ରମଣ ଆଶଙ୍କା ହ୍ରାସ ପାଇବ।

Leave A Reply

Your email address will not be published.