୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ୟୁୟୁ ଲଳିତ

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ୟୁୟୁ ଲଳିତ । ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ସେ ଆଜି ଶପଥ ନେଇଛନ୍ତି । ରାଷ୍ଟ୍ରପତି ଭବନର ଦରବାର ହଲ୍ ଠାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ୟୁୟୁ ଲଳିତଙ୍କ ତିନି ପିଢି ଉପସ୍ଥିତ ଥିଲେ ।
ଏଥିରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଦାୟୀ ସିଜେଆଇ ଜଷ୍ଟିସ ଏନଭି ରମନ୍ନାଙ୍କ ଠାରୁ ଆରମ୍ଭ କରି ବହୁ କେନ୍ଦ୍ରମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ।
୬୪ ବର୍ଷୀୟ ଜଷ୍ଟିସ ଲଳିତ ସିଜେଆଇ ଭାବେ ୭୪ ଦିନ କାମ କରିବେ। ତାଙ୍କ କାର୍ଯ୍ୟକାଳ ନଭେମ୍ବର ୮ରେ ଶେଷ ହେବ। ଶୁକ୍ରବାର ସିଜେଆଇ ଜଷ୍ଟିସ ଏନଭି ରମନ୍ନାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା।
ସେ ଗତକାଲି ବିଭିନ୍ନ ମାମଲାର ବିଧିବଦ୍ଧ ଶୁଣାଣି କରିବା ପରେ ବିଦାୟୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହାପରେ ସେ ଜଷ୍ଟିସ ଲଳିତଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ ନ୍ୟାପାଳିକା ଅନ୍ୟ ସାମ୍ବିଧାନିକ ସଂସ୍ଥା ଠାରୁ ଭିନ୍ନ ବୋଲି ଜଷ୍ଟିସ ରମନ୍ନା କହିଥିଲେ।