ପିସିଆର ଭ୍ୟାନରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖାକି ବର୍ଦ୍ଦିରେ ପୁଣି ଲାଗିଲା କଳଙ୍କ। ଜଣେ ନାବାଳିକାକୁ କୌଣସି କାରଣ ନ ଥାଇ ପିସିଆର ଭ୍ୟାନରେ ଉଠେଇ ନେଲା ପୁଲିସ। ଆଉ ୨ଘଣ୍ଟା କାଳ ସହରର ବିଭିନ୍ନ ସ୍ଥାନ ବୁଲାଇବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ବରଗଡ଼ ଏସପିଙ୍କ ଠାରେ ଏନେଇ ଲିଖିତ ଅଭିଯୋଗ ହେବାପରେ ଘଟଣାଟି ସାମ୍ନାକୁ ଆସିଛି। ପ୍ରକାଶ ଯେ, ଗତ ୬ ତାରିଖ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଖଲିଆପାଲି ଗ୍ରାମରେ ସନ୍ଧ୍ୟା ପ୍ରାୟ ୬ ଟା ୩୦ ମିନିଟ ସମୟରେ ଜଣେ ନାବାଳିକା ଅନଲାଇନ କ୍ଲାସ ସମ୍ପର୍କରେ ବୁଝିବା ପାଇଁ ତାଙ୍କର ଜଣେ ସାଙ୍ଗ ଘରକୁ ଯାଉଥିଲେ। ଏହି ସମୟରେ ପିସିଆର ଭ୍ୟାନ ତାଙ୍କ ନିକଟରେ ଅଟକିଥିଲା। ଏହାପରେ ପୁଲିସ କର୍ମଚାରୀମାନେ ଗାଡିରେ ବସିବା ପାଇଁ କହିଥିଲେ। ଝିଅଟି ଭୟରେ ଭ୍ୟାନରେ ବସିବାକୁ ବାଧ୍ୟ ହୋଇଥିଲା। ପିସିଆର ଭ୍ୟାନରେ ଥିବା ପୁଲିସ କର୍ମଚାରୀମାନେ ନାବାଳିକାକୁ ଦୁଇଘଣ୍ଟା କାଳ ସହରର ବିଭିନ୍ନ ସ୍ଥାନ ବୁଲାଇବା ସହ ଗାଡି ଭିତରେ ଅସଦାଚରଣ କରି ଘରଠାରୁ କିଛି ଦୂରରେ ଛାଡ଼ିଦେଇଥିବା ପୀଡିତା ନାବାଳିକା ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟକ୍ଷନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ନାବାଳିକା।

Leave A Reply

Your email address will not be published.