ଚାଲୁ ରହିବ କାଳିଆ ଯୋଜନା, ହିତାଧିକାରୀ ପାଇବେ ୧୦ହଜାର: କୃଷି ମନ୍ତ୍ରୀ ଅରୁଣ ସାହୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିଏମ କିଷାନ ସହ କାଳିଆ ଯୋଜନାର ମିଶ୍ରଣ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି, କାଳିଆ ଲାଭ ଲୋକଙ୍କ ପାଖକୁ ଯିବ । କାଳିଆ ପିଏମ କିଷାନ ଯୋଜନା ମିଶ୍ରଣ ହେବ । କାଳିଆ ଯୋଜନା ଚାଲୁ ରହିବ ।

ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାୟ ୫୧ ଲକ୍ଷ ପରିବାର କାଳିଆ ଯୋଜନାର ପ୍ରଥମ କିସ୍ତି ପାଇଥିଲା ବେଳେ ସରକାର ଦ୍ୱିତୀୟ କିସ୍ତି ଦେବାକୁ ବିଚାର କରିଛନ୍ତି । ‘କାଳିଆ’ ତାଲିକାରେ ବହୁ ଅଯୋଗ୍ୟ ହିତାଧିକାରୀ ସାମିଲ ହୋଇଥିଲା ବେଳେ ଯୋଗ୍ୟ ମଧ୍ୟ ବାଦ ପଡ଼ିଛନ୍ତି । ଏବେ ‘କାଳିଆ’କୁ ‘କିଷାନ’ ରେ ବିଲୟ କରିବାକୁ ରାଜ୍ୟ ବିଚାର କରୁଛି । ଆନ୍ଧ୍ର ପ୍ରଦେଶ ସରକାର ‘ଅନ୍ନଦାତା ସୁଖିଭବ’ ଯୋଜନାକୁ ଯେଉଁଭଳି ପିଏମ କିଷାନରେ ଗତ ଫେବୃୟାରୀରେ ବିଲୟ କରିଛି, ସେଇ ଢ଼ାଞ୍ଚାରେ ଓଡ଼ିଶା ସରକାର ମଧ୍ୟ ‘କାଳିଆ’କୁ ବିଲୟ କରିବାକୁ ଚାହୁଁଛନ୍ତି।

ପିଏମ କିଷାନରେ ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ମିଳୁଥିଲା ବେଳେ କାଳିଆରେ ସରକାର ଦୁଇଟି ଫସଲ ପାଇଁ ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି । କିଷାନରେ ବିଲୟ ହେବା ପରେ କେନ୍ଦ୍ର ୬ ହଜାର ଟଙ୍କା ଦେବ, ମାତ୍ର ଆଉ ୪ ହଜାର ଟଙ୍କାର ବୋଝ ରାଜ୍ୟ ବହନ କରିବାକୁ ରାଜ୍ୟ ସମ୍ମତ ହୋଇଛି । ଏହାଛଡ଼ା କାଳିଆ ତାଲିକାରୁ ଯେଉଁ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ି ‘କିଷାନ’ରେ ସାମିଲ ନ ହୋଇପାରିବେ (ଭୂମିହୀନ) ସେମାନଙ୍କୁ ସହାୟତା ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ରାଜ୍ୟର ଏ ପ୍ରସ୍ତାବରେ କେନ୍ଦ୍ର ମଧ୍ୟ ମୋହନ ମାରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.