କଳାପାହାଡ଼ ଭଉଣୀ ସାଜିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ । ବାଚଳ, ଅହଙ୍କାରୀ ହେଲାଣି ଏହି ଭଦ୍ର ମହିଳା : ଅରୁପ ପଟ୍ଟନାୟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ବିବାଦୀୟ ବୟାନକୁ ‘ଓଡ଼ିଶା ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି । ଶ୍ରୀ ପଟ୍ଟନାୟକ ଲେଖାଶ୍ରୀଙ୍କୁ କଳାପାହାଡ଼ ଭଉଣୀ ବୋଲି ଆଖ୍ୟା ପ୍ରଦାନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶା ବୋଲି ଏଠି ସବୁ ସହି ଯାଉଛନ୍ତି । ମହାରାଷ୍ଟ୍ର ହୋଇଥିଲେ ଲୋକଙ୍କ ଭିତରେ ଏତେବେଳକୁ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳନ୍ତାଣି । ସେହିପରି ଶ୍ରୀ ପଟ୍ଟନାୟକ ତାଙ୍କୁ ନିର୍ବୋଧ, ବାଚଳ ଏବଂ ଅହଙ୍କାରୀ ଭଦ୍ର ମହିଳା ବୋଲି ମଧ୍ୟ କହିଛନ୍ତି । ଅନ୍ୟ ରାଜ୍ୟରେ ପୁରୀରୁ ଆସିଛି କହିଲେ ଲୋକ ଚିହ୍ନନ୍ତି । ଏଭଳି ସ୍ଥିତିରେ ଲେଖାଶ୍ରୀଙ୍କ ମନ୍ତବ୍ୟ ନିନ୍ଦନୀୟ ।

ସୂଚନା ଅନୁଯାୟୀ, ବିଜେପି ନେତ୍ରୀ ଲେଖାଶ୍ରୀ ଜଗନ୍ନାଥଙ୍କୁ ସମସ୍ତେ ସମ୍ବିଦ ପାତ୍ରଙ୍କ ପାଇଁ ଜାଣିଲେ ବୋଲି ମନ୍ତବ୍ୟ ଦେବାପରେ ଏହା ଉଗ୍ରରୂପ ଧାରଣ କରିଛି ।

Leave A Reply

Your email address will not be published.