ଯୋଡ଼ାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଜଗା ସୁସ୍ଥ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଯୋଡାମୁଣ୍ଡ ଶିଶୁ କାଳିଆର ଆଜି ମୃତ୍ୟୁ ହୋଇଛି। କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ କାଳିଆର ମୃତ୍ୟୁ ହୋଇଛି। ଦିଲ୍ଲୀ ଏମ୍ସରେ ଅପରେସନ ପରଠୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିନଥିବା କାଳିଆର କଟକ ବଡ ମେଡିକାଲରେ ଚିକିତ୍ସା ଚାଲିଥିଲା। ପ୍ରକାଶ ଯେ, କନ୍ଧମାଳ ଜିଲ୍ଲାର ଜଗା ଓ କାଳିଆଙ୍କ ମୁଣ୍ଡ ଜନ୍ମରୁ ଲାଗି ରହିଥିଲା। ଅପରେସନ ପାଇଁ ୨୦୧୭ ମସିହା ଜୁଲାଇ ୧୪ ତାରିଖରେ ସେମାନଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ପରୀକ୍ଷା ନିରୀକ୍ଷା ପରେ ଦୁଇ ଶିଶୁଙ୍କ ମୁଣ୍ଡ ଅଲଗା କରାଯାଇଥିଲା।
ନ୍ୟୁରୋସର୍ଜନ ଡ. ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ଦିଲ୍ଲୀ ଏମ୍ସରେ ସେମାନଙ୍କର ଅପରେସନ୍ କରାଯାଇଥିଲା। ଅପରେସନ ପରେ ସ୍ୱାଭାବିକ୍ ହେବାକୁ ଏମ୍ସର ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଥିଲା। ଦୀର୍ଘ ୭୮୨ ଦିନ ଦିଲ୍ଲୀ ଏମ୍ସର ରହଣୀ ପରେ ସେଠାରୁ ଦୁଇ ଭାଇଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆରମ୍ଭରୁ ଦୁଇ ଶିଶୁଙ୍କ ଅପରେସନ ଏବଂ ଚିକିତ୍ସା ଲାଗି ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ସହ ସ୍ୱତନ୍ତ୍ର ଡାକ୍ତରୀ ସୁବିଧା ବି ଯୋଗାଇଆସୁଛନ୍ତି।

Leave A Reply

Your email address will not be published.