କଳିଙ୍ଗ ଷ୍ଟାଡିଅମ ସ୍ୱିମିଙ୍ଗ କୋଚଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଳିଙ୍ଗ ଷ୍ଟାଡିଅମର ଜଣେ ବରିଷ୍ଠ ମହିଳା ସ୍ୱିମିଙ୍ଗ କୋଚଙ୍କ ବିରୁଦ୍ଧରେ ଆସିଛି ସାଂଘାତିକ ଅଭିଯୋଗ । ସ୍ୱିମିଙ୍ଗ କୋଚ ଚଳାଇଛନ୍ତି ନିଜ ମନମାନି । ଏହାକୁ ନେଇ ଜଣେ ଲନର ଅଭିଯୋଗ କରିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଛି ।

ଅଭିଯୋଗ ଅନୁଯାୟୀ, କଳିଙ୍ଗ ଷ୍ଟାଡିଅମର ଜଣେ ବରିଷ୍ଠ ମହିଳା ସ୍ୱିମିଙ୍ଗ କୋଚ ନିଜ ଅଧୀନରେ ଟ୍ରେନିଂ ନେଉଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ୱିମିଙ୍ଗ ଶିଖାଇବା ବଦଳରେ ଗପସପରେ ବ୍ୟସ୍ତ ରହୁଛନ୍ତି ଅଥବା ନିଜ ୨ବର୍ଷର ଶିଶୁ ପୁତ୍ର ସହ ସମୟ ବିତାଉଛନ୍ତି । ନିଜେ ବ୍ୟସ୍ତ ରହୁଥିଲେ ମଧ୍ୟ ଅନ୍ୟ କାହାକୁ ଟ୍ରେନିଂ ଦେବାକୁ ନିର୍ଦ୍ଦେଶ ଦେଉ ନାହାନ୍ତି । ଏପରିକି ସ୍ୱିମିଙ୍ଗ ଡ୍ରେସ ଓ ଅନ୍ୟାନ୍ୟ ବସ୍ତୁକୁ ଦୁଇ ଗୁଣ ଦାମରେ ବିକ୍ରି କରୁଛନ୍ତି । ହଷ୍ଟେଲ ରହୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସିଥିବା ମାଗଣା ଡ୍ରେସ ମଧ୍ୟ ପଇସା ନେଇ ପ୍ରଦାନ କରୁଛନ୍ତି । ବରିଷ୍ଠ ମହିଳା ସ୍ୱିମିଙ୍ଗ କୋଚଙ୍କ ସ୍ୱାମୀ କଳିଙ୍ଗ ଷ୍ଟାଡିଅମରେ କର୍ମଚାରୀ ଭାବେ କାମ କରୁଥିବାରୁ ସେ ଏପରି କରିବାକୁ ସାହସ କରୁଥିବା ଅଭିଯୋଗ ଆସୁଛି । ଉକ୍ତ ମହିଳା କୋଚଙ୍କୁ ଅଧିକ ଟଙ୍କା ପ୍ରଦାନ କରୁଥିବା ଛାତ୍ରଛାତ୍ରୀଙ୍କୁ ସେ ବିଶେଷ ସୁବିଧା ପ୍ରଦାନ କରୁଥିବା ଓ ରାଜ୍ୟ ସରକାରଙ୍କ ବଦଳରେ ପାତ୍ର ଫାମିଲିଙ୍କ ଅଧୀନରେ କଳିଙ୍ଗ ଷ୍ଟାଡିଅମର ସ୍ୱିମିଙ୍ଗ ପୁଲ ଚାଲୁଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି ।

bjd
Sikshaya
ruchi

Leave A Reply

Your email address will not be published.