ଭୁବନେଶ୍ୱରରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର, ଦର୍ଶନ କଲେ କ୍ରୀଡା ମନ୍ତ୍ରୀ ଓ ସଚିବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାହାଡ଼ ରାଣୀ କଳ୍ପନା ଦାସଙ୍କ ମରଶରୀର ରବିବାର ଭୁବନେଶ୍ୱରରେ ପହଞ୍ଚିଛି । ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ତାଙ୍କ ମୃତଶରୀରକୁ ଏଠାକୁ ଅଣାଯାଇଥିବା ବେଳେ ଜନସାଧାରଣଙ୍କ ଦର୍ଶନ ନିମନ୍ତେ ଏହାକୁ କଳିଙ୍ଗ ଷ୍ଟାଡିୟମରେ ରଖାଯାଇଛି । ଶନିବାର ବିମାନ ମିସ ହେବା କାରଣରୁ କଳ୍ପନାଙ୍କ ମରଶରୀର ଆସିପାରିନଥିଲା । କଳ୍ପନାଙ୍କ ଶେଷ ଦର୍ଶନ ଲାଗି ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି । କ୍ରୀଡ଼ା ମନ୍ତ୍ରୀ ଓ କ୍ରୀଡ଼ା ସଚିବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି ।

ସୂଚନାଯୋଗ୍ୟ, କଳ୍ପନା ଏଭରେଷ୍ଟ ଆରୋହଣ କରି ଫେରିବା ବେଳେ ଗତ ୨୩ତାରିଖରେ ଅଧା ରାସ୍ତାରେ ତାଙ୍କ ମୃତ୍ୟୁ ଘଟିଥିଲା । ଶୁକ୍ରବାର କାଠମାଣ୍ଡୁରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା । ଏହାର ରିପୋର୍ଟ ସହ ମୃତ୍ୟୁ ପ୍ରମାଣପତ୍ର ଭାରତୀୟ ଦୂତାବାସକୁ ହସ୍ତାନ୍ତର କରାଯିବା ପରେ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । କଳ୍ପନାଙ୍କ ମୃତ୍ୟୁ ପରେ ତାଙ୍କର କେତେକ ସ୍ମୃତି ରାଜ୍ୟ ସଂଗ୍ରହାଳୟରେ ରଖାଯାଇଛି ।

Leave A Reply

Your email address will not be published.