କନ୍ଧମାଳ ର କଳିଙ୍ଗା ଘାଟି ପାଲଟିଛି ମରଣ ଘାଟି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଘୁ. ଉଦୟଗିରି ପୋଲିସ ଅଧିନସ୍ଥ କଳିଙ୍ଗା ଘାଟି ଏବେ ପାଲଟିଛି ମରଣ ଘଟି। ଜାତୀୟ ରାଜପଥ ୧୫୭ ର ମାନ୍ୟତା ପାଇଥିବା ଏହି ଘାଟି ରାସ୍ତାରେ ପ୍ରତେକ ଦିନ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟୁଛି। ଏନେଇ ବହୁବାର ଅଭିଯୋଗ ହେଲେ ମଧ୍ୟ ଜନସାଧାରଣ ଙ୍କ ଜୀବନ ପ୍ରତି ଯତ୍ନବାନ ହେଉନି ପ୍ରଶାସନ। ଯାହାକୁ ନେଇ ସେ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି।

କଳିଙ୍ଗା ଘାଟିର ମରଣ ବୁଲାଣି କୁହାଯାଉଥିବା ସ୍ଥାନରେ ଗୁରୁବାର ଦିନ ସକାଳ ପ୍ରାୟ ୯ଟା ସମୟରେ ଏକ ସଡ଼କ ଦୁର୍ଘଟଣାରେ ବିହାର ରୁ ଭଞ୍ଜ ନଗର ଯାଉଥିବା ଏକ ଟ୍ରକ ନଂ ବିଆର ୦୧ ବି ୬୪୯୪ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଘୁ. ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଖବର ପାଇ ଦମକଳ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ରେ ଚାପି ହୋଇଥିବା ମୃତ ବ୍ୟକ୍ତି କୁ କଟର ରେ କାଟି ବାହାର କରିଥିଲେ।

Leave A Reply

Your email address will not be published.