ବଡ ପରଦାରେ କପିଲଙ୍କ ଜଲୱା; ଏହି ସୁପରହିଟ ଅଭିନେତ୍ରୀ ସହ କରିବେ ସ୍କ୍ରିନ ସେୟାର

ବଡ଼ ପରଦାରେ କପିଲଙ୍କ ଜଲୱା । ରଶ୍ମିକା ମନ୍ଦନାଙ୍କ ସହ ସ୍କ୍ରିନ୍ ସେୟାର କରିବେ କମେଡି କିଙ୍ଗ୍ । ‘ମେଗା ବ୍ଲକବଷ୍ଟର’ନାମକ ଏକ ଚଳଚ୍ଚିତ୍ରରେ ନଜର ଆସିବେ କପିଲ୍ । ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ସେୟାର କରିବା ସହ କପିଲ ଫିଲ୍ମର ଟ୍ରେଲର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଫିଲ୍ମ ‘ମେଗା ବ୍ଲକବଷ୍ଟର’ର ଟ୍ରେଲର ସେପ୍ଟେମ୍ବର ୪ରେ ରିଲିଜ ହେବାକୁ ଯାଉଛି ।
ପୋଷ୍ଟର ରିଲିଜ୍ ପରେ କପିଲଙ୍କ ଫ୍ୟାନ୍ସଙ୍କ ଉତ୍ସାହ ବଢିଯାଇଛି । ପୋଷ୍ଟରଟି ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଦର୍ଶକ କପିଲଙ୍କୁ କମେଣ୍ଟ ଓ ଲାଇକ୍ ଜରିଆରେ ଶୁଭେଚ୍ଛା ଜଣାଉଛନ୍ତି । ଦୀର୍ଘ ସମୟ ପରେ କପିଲଙ୍କୁ ବଡ଼ ପରଦାକୁ ଦେଖିବା ପାଇଁ ମିଳିବ ।
ମେଗା ବ୍ଲକବଷ୍ଟର ଚଳଚ୍ଚିତ୍ରକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ରରୁ ପ୍ରଥମେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପୋଷ୍ଟର ପ୍ରକାଶ ପାଇଥିଲା । ଦକ୍ଷିଣ ସିନେମାର ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବଂ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଥମ ଲୁକ୍ ମେଗା ବ୍ଲକବଷ୍ଟରରୁ ରିଲିଜ୍ ହୋଇଛି । ଏହା ପରେ ଏବେ କପିଲଙ୍କ ଫାଷ୍ଟ ଲୁକ୍ ମଧ୍ୟ ରିଲିଜ୍ ହୋଇଛି । ଫ୍ୟାନ୍ସ ଏହାକୁ ନେଇ ଯେତିକି କନଫ୍ୟୁଜ୍ ଅଛନ୍ତି ସେତିକି ଉତ୍ସାହ ମଧ୍ୟ ଅଛନ୍ତି ।
ସମସ୍ତ କଳାକାର ସୋସିଆଲ ମିଡିଆରେ ଫିଲ୍ମରେ ନିଜର ପ୍ରଥମ ଲୁକର ପୋଷ୍ଟର ସେୟାର କରିଛନ୍ତି । କପିଲଙ୍କ ପୂର୍ବରୁ ରଶ୍ମିକା ଓ ସୌରଭ ଗାଙ୍ଗୁଲି, ରୋହିତ ଶର୍ମା ମଧ୍ୟ ନିଜ ଫାଷ୍ଟ ଲୁକ୍ ସେୟାର କରିଛନ୍ତି । ଯାହାକୁ ଦର୍ଶକ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି । କିପଲ ପୋଷ୍ଟର ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି ‘ଏହା ମୋ ଫ୍ୟାନ୍ସଙ୍କ ପାଇଁ । ଆଶା କରୁଛି ଆପଣଙ୍କୁ ଏହା ପସନ୍ଦ ଆସିବ । ‘ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଟ୍ରେଲର ୪ ସେପ୍ଟେମ୍ବରରେ ରିଲିଜ ହେବା ପାଇଁ ଯାଉଛି ।
କପିଲଙ୍କ ଏହି ଘୋଷଣା ପରେ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି । ତାଙ୍କର ଏହି ନୂଆ ଅବତାରରେ ପ୍ରଶଂସକଙ୍କର ମନ ଜିଣୁଛି । ସେପଟେ ଖୁବ ଶିଘ୍ର ଆର୍ଥାତ୍ ସେପ୍ଟେମ୍ବର ୧୦ରୁ ‘ଦି କପିଲ ଶର୍ମା ଶୋ’ଆରମ୍ଭ ହେବା ପାଇଁ ଯାଉଛି ।