କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନରେ ୧୨ଟି ଆସନରେ ବିଜେପି ବିଜୟୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନରେ ବାଜିମାରିଲ ବିଜେପି । ଏବେ କ୍ଷମତାସୀନ ବିଜେପି ୧୫ଟି ଆସନ ମଧ୍ୟରୁ ୧୨ଟି ଆସନରେ ବିଜୟ ଲାଭ କରିଛି । ଅପରପକ୍ଷରେ କଂଗ୍ରେସ ଓ ଜେଡିଏସ୍ ୨ଟି ଲେଖାଏଁ ଏବଂ ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ଆଜି ୧୧ଟି କେନ୍ଦ୍ରରେ ଭୋଟ ଗଣତି ସକାଳ ୮ଟାରୁ ଜାରି ରହିଛି । ଫଳାଫଳ ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି । ୟେଦୁରପ୍ପାଙ୍କୁ ସରକାରରେ ରହିବା ପାଇଁ ହେଲେ ଦଳକୁ ଅତିକମରେ ୬ଟି ଆସନରେ ବିଜୟୀ ହେବାକୁ ଥିବାବେଳେ ବିଜେପି ୧୨ଟି ଆସନରେ ବିଜୟ ଲାଭ କରିଛି ।

ସୂଚନାଯୋଗ୍ୟ, କର୍ଣ୍ଣାଟକରେ ଆଜି ୧୫ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନର ଫଳାଫଳ ଆସିଛି । ଏହି ଫଳାଫଳ ହିଁ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ନେତୃତ୍ୱାଧୀନ ଚାରି ମାସ ପୁରୁଣା ସରକାରର ଭବିଷ୍ୟତ ନିର୍ଣ୍ଣୟ କରିଛି । ଚଳିତମାସ ୫ ତାରିଖରେ ୧୫ଟି ଆସନରେ ଭୋଟ ଗ୍ରହଣ ହୋଇଥିଲା । ଏଥିରେ ୬୭.୯୧ ପ୍ରତିଶତ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ ।

Leave A Reply

Your email address will not be published.